ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା “ବିକଶିତ ଭାରତ ବିକଶିତ ରେଲୱେ -୨୦୪୭” ଉପରେ ବିଦ୍ୟାଳୟ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

୨୨ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ :- ସାରା ଦେଶରେ ଭାରତୀୟ ରେଳବାଇ ଦ୍ୱାରା ନିଆଯାଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଉପରେ ସଚେତନତା ଏବଂ ଆଗ୍ରହ ସୃଷ୍ଟି କରିବା ପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା, ମଣ୍ଡଳ ରେ ଥିବା ବିଭିନ୍ନ ବିଦ୍ୟାଳୟରେ ସ୍କୁଲ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାର ବିଷୟବସ୍ତୁ ଥିଲା “ବିକଶିତ ଭାରତ ବିକଶିତ ରେଲୱେ -୨୦୪୭” ଭଦ୍ରକ, କେନ୍ଦୁଝର,ଯାଜପୁର, କାଇପଦର, ମଞ୍ଚେଶ୍ୱର, ଭୂଷଣ୍ଢପୁର, ସାକ୍ଷୀଗୋପାଳ, ପୁରୀ, ଜଗନ୍ନାଥପୁର ଇତ୍ୟାଦି ମୋଟ ୨୧ ଟି ବିଦ୍ୟାଳୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ୧୭୨ ପିଲା ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆସନ୍ତା ୨୬.୦୨.୨୦୨୪ ରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସମୟରେ ପିଲାମାନଙ୍କ ମଧ୍ୟରେ ଉଦ୍ଦୀପନା ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧାରୋଡ଼ ମଣ୍ଡଳର ବରିଷ୍ଠ କାର୍ମିକ୍ ଅଧିକାରୀ ଆର୍ ଏନ୍ ଏ ପରିଡ଼ା ସଂଯୋଜନା ଓ ପରିଚାଳନା କରିଥିଲେ।

Exit mobile version