ଭିଡିଓ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନ ସାହୁଙ୍କର ଅକାଳ ବିୟୋଗ ଘଟିଛି

୨୧ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର  :-> ଓଡ଼ିଶା ମିଡିଆ ଜଗତ ପାଇଁ ପୁଣି ଏକ ଦୁଃଖଦ ଖବର । “ଇଟିଭି ଭାରତ’ ରେ କାର୍ଯ୍ୟ କରୁଥିବା ଜଣାଶୁଣା ଭିଡିଓ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନ ସାହୁଙ୍କର ଆଜି ଅକାଳ ବିୟୋଗ ଘଟିଛି । ମାତ୍ର ୪୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ରେ ସେ ଆଖି ବୁଜି ଦେଇଛନ୍ତି । ତାଙ୍କର ଅକାଳ ବିୟୋଗ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।

ଦୁଇଦିନ ତଳେ ମନୋରଞ୍ଜନ ଅସୁସ୍ଥ ଅନୁଭବ କରିଥିଲେ । ପରେ ତାଙ୍କୁ ଜ୍ୱର ହୋଇଥିଲା । ତେବେ ଆଜି ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ ନେଇ ଆସିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ୍ ଯୋଗୁଁ ଆଜି ଅପରାହ୍ନ ପ୍ରାୟ ୨.୩୦ ମିନିଟ୍ ରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅତ୍ୟନ୍ତ କର୍ତ୍ତବ୍ୟନିଷ୍ଠ, ଶାନ୍ତ ସରଳ ସ୍ୱଭାବର ଯୁବକ ଥିଲେ ମନୋରଞ୍ଜନ । ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ଜଣେ ଦକ୍ଷ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟ କରି ନିଜର ପରିଚୟ ସାଉଁଟିଥିଲେ । ତାଙ୍କର ଅକାଳ ମୃତ୍ୟୁ ଗଣମାଧ୍ୟମ ଜଗତକୁ ସ୍ତବ୍ଧ କରିଦେଇଛି । ତାଙ୍କର ପତ୍ନୀ ଏବଂ ଏକ ପୁଅ ଅଛନ୍ତି ।

Exit mobile version