Home ଓଡ଼ିଶା ଏଆଇସିସିଟିୟୁର ଚତୁର୍ଥ ରାଜ୍ୟ ସମ୍ମିଳନୀ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୧ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବାଲୁଗାଁ :-> ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ଐତିହାସିକ ମାମୁଭଣଜା ପାହାଡ଼ ପାଦଦେଶରେ ଥିବା ଦୁର୍ଗା କଲ୍ୟାଣ ମଣ୍ଡପ ପରିସରରେ ଏଆଇସିସିଟିୟୁର ଚତୁର୍ଥ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି | ଏଆଇସିସିଟିୟୁର ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବରାଳ ଓ ଆଜିର ଅବ୍ୟର୍ଥନା କମିଟି ଅଧ୍ୟକ୍ଷ ଅଶୋକ କୁମାର ପାଇକରାୟଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ ଏଆଇସିସିଟିୟୁର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ରାଧାକୃଷ୍ଣ ସେଠୀ ମଞ୍ଚ ସଂଯୋଜନା କରିଥିଲେ | ଅତିଥି ଭାବେ ଜାତୀୟ ସାଧାରଣ ସମ୍ପାଦକ ରାଜୀବ ଡିମିରି, ଜାତୀୟ ସଭାପତି ବିଜେନ୍ଦ୍ର ତିୱାରୀ, ସିଆଇଟିୟୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଉଲ୍ଲାସ ସ୍ୱାଇଁ, ଏଆଇୟୁଟିୟୁସି ସାଧାରଣ ସମ୍ପାଦକ ଜୟସେନ ମେହେର, ଏଆଇଟିୟୁସି ସାଧାରଣ ସମ୍ପାଦକ ବିଜୟ ଜେନା, ଏଚଏମଏସ ସତ୍ୟ ତ୍ରିପାଠୀ, ଟିୟୁସିସି ଜ୍ୟୋତିରଞ୍ଜନ ମହାପାତ୍ର, ଏଆଇକେଏମ ସମ୍ପାଦକ ଅଶୋକ ପ୍ରଧାନ, ଏଆଇଏଆରଏଲଏ ସଭାପତି ତିରୁପତି ଗମାଙ୍ଗ, ଏଚଏମଏସ ସଭାପତି କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ କର୍ପୋରେଟ, ପୁଞ୍ଜି ଓ ଫାଶୀବାଦକୁ ବିରୋଧ, ୪ ଶ୍ରମକୋଡ଼ ପ୍ରତ୍ୟାହାର ଓ ସର୍ବନିମ୍ନ ମଜୁରୀ ବୃଦ୍ଧି, ନିର୍ମାଣ ଶ୍ରମିକମାନଙ୍କୁ ସହାୟତା ପ୍ରଦାନ, ଠିକା ଶ୍ରମପ୍ରଥା ରଦ୍ଦ ଓ ସ୍ଥାୟୀ ନିଯୁକ୍ତି ଭଳି ଦାବୀକୁ ଏଆଇସିସିଟିର ଚତୁର୍ଥ ରାଜ୍ୟ ସମ୍ମିଳନୀରେ ଯୋଗ ଦେଇଥିବା ଜାତୀୟ ସ୍ତରର କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ର ସରକାର ଉପରେ ବର୍ଷୀଥିଲେ | ବରିଷ୍ଠ ନାଗରିକ ନିବାସ ପ୍ରତିଷ୍ଠାତା ସୁକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଶ୍ରମଜୀବୀ ଜନଗଣଙ୍କ ଅଧିକାର ସାବ୍ୟସ୍ତ ଲାଗି ଆହ୍ୱାନ ଦେଇଥିଲେ | ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଜନସାଧାରଣ ଯୋଗ ଦେଇଥିଲେ | Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026