ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର

୨୧ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ହିଞ୍ଜିଳିକାଟୁ :-> ପଞ୍ଚାୟତ ସମିତି, ହିଞ୍ଜିଳିକାଟୁ ଓ ଓଏସ୍ଏସ୍ଏଟି ଭୁବନେଶ୍ୱର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ବୁଧବାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା-୨୦୧୩ କାର୍ଯ୍ୟକ୍ରମର ବ୍ଲକ୍ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନଙ୍କ ସଂଯୋଜନାରେ ବ୍ଲକ୍ ସଭାଗୃହ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ସରସ୍ଵତୀ ସେଠୀ ସଭାପତିତ୍ବ କରିଥିଲେ।

ଅତିଥି ରୂପେ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ରବୀନ୍ଦ୍ର ମଲାଣ, ଉପାଧ୍ୟକ୍ଷ, ବ୍ଲକ ସହକାରୀ ଯନ୍ତ୍ରୀ ଇଂ କେଦାର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅନିଲ ପାଣି ପୂର୍ବ ବୈଠକର ବିବରଣୀ ଉପସ୍ଥାପନା କରିଥିଲେ। ଆର୍ଥିକ ବର୍ଷ ୨୦୨୩-୨୪ର ୦୧-୦୪-୨୩ ଠାରୁ ୩୦-୦୯-୨୩ ଅବଧିର ସାମାଜିକ ସମୀକ୍ଷା ସମ୍ପର୍କରେ ଜନ ଶୁଣାଣୀ ହୋଇଥିଲା। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅନୁମୋଦିତ ପ୍ରକଳ୍ପ, କାର୍ଯ୍ୟକାରୀ ହେଉଥିବା ବ୍ୟକ୍ରିଗତ ଓ ଗୋଷ୍ଠୀଗତ ପ୍ରକଳ୍ପ,

ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ, ପ୍ରାପ୍ତ ଅନୁଦାନ,ବ୍ୟୟ ବରାଦ, ପଞ୍ଜିକୃତ ପରିବାର,ଜାରିତ ଜବକାର୍ଡ, କାମ ପାଇଁ ଆବେଦନ କରିଥିବା ପରିବାର, କର୍ମ ନିଯୁକ୍ତି ପାଇଥିବା ପରିବାର,ଶହେ ଦିନ ସମ୍ପୂର୍ଣ୍ଣ କରିଥିବା ପରିବାର, ଶ୍ରମିକ ଦିବସ ସଂଖ୍ୟା,ସକ୍ରିୟ ଥିବା ଜବକାର୍ଡ ଧାରି ସଂଖ୍ୟା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଶିବିରରେ ଉପସ୍ଥିତ ଥିବା କିଛି ଜନପ୍ରତିନିଧି ମନରେଗା ଶ୍ରମିକଙ୍କ ମଜୁରୀ ମିଳିବାରେ ସମସ୍ୟା, ପାଟପୁର ଠାରୁ ପଳାସି ପଥପାର୍ଶ୍ଵ ବନୀକରଣ ପ୍ରକଳ୍ପରେ ଅବ୍ୟବସ୍ଥା ସହ ଉଦ୍ୟାନ କୃଷି ବିଭାଗରେ ଶ୍ରମିକଙ୍କ ମଜୁରୀ ପ୍ରସଙ୍ଗରେ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭକ୍ତ ଥିବା ମୋଟ ହିତାଧିକାରୀ ଓ ସେଥିରେ ଉପକୃତ ହେଉଥିବା ସମୁଦାୟ ପରିବାର ସଦସ୍ୟଙ୍କ ପ୍ରସଙ୍ଗରେ ଯୋଗାଣ ନିରୀକ୍ଷକ ସୂଚନା ଦେଇଥିଲେ । ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ଏ. ସୁଦର୍ଶନ, ସରପଞ୍ଚ, ସଭ୍ୟ/ସଭ୍ୟା, ଯୋଗାଣ ନିରୀକ୍ଷକ ପୂରଞ୍ଜୟ ସାହୁ, ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ର, କାଳୁ ବେହେରା, କନିଷ୍ଠ ଯନ୍ତ୍ରୀ ଆଲୋକ କୁମାର ସେଠୀ, ବିଏଫଟି ବୃନ୍ଦାବନ ଗୌଡ଼, ବନପାଳ, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଜିଆରଏସ୍ଶ୍ରୀକାନ୍ତ ପଣ୍ଡା,ଯୋଗାଣ ସହାୟକ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

Exit mobile version