ବେଗୁନିଆରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ 

  ମାତୃଭାଷା  ହିଁ ଜାତି ଅସ୍ମିତାର ପରିଚାୟକ

୨୧ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବେଗୁନିଆ,ସିକୋ :-> ବେଗୁନିଆ ସହିତ୍ୟାନୁଷ୍ଠାନ ପକ୍ଷରୁ ବୁଧବାର ପୂର୍ବାହ୍ନରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଆଦର୍ଶ କ୍ଲବ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତରାୟ ପୌରୋହିତ୍ୟ କରିଥିଲେ । ପଣ୍ଡିତ ବ୍ରହ୍ମାନନ୍ଦ ରାଜଗୁରୁଙ୍କ ମଙ୍ଗଳା ଚରଣ ପାଠ ସହ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା ।

କାର୍ଯ୍ୟକ୍ରମ ଆବାହକ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ସ୍ୱରଚିତ ଆବାହନୀ ସଙ୍ଗୀତ ଗାନ କରିଥିଲେ। ପରେ ସଭାପତି ସମସ୍ତଙ୍କୁ ମାତୃଭାଷା ସୁରକ୍ଷା ସମ୍ବନ୍ଧୀୟ ଶପଥ ପାଠ କରାଇଥିଲେ । ଏଥିରେ ବାଗ୍ମୀ ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ମୁଖ୍ୟ ଅତିଥି ଓ କବିକେତନ ଗୌରଚରଣ ସାମନ୍ତସିଂହାର ମୁଖ୍ୟ ବକ୍ତା ରୂପେ ଯୋଗଦେଇ ମାତୃଭାଷାର ବିକାଶ ବିନା ଜାତିର ବିକାଶ ଅସମ୍ଭବ ବୋଲି ମତ ବ୍ୟକ୍ତ କରିଥିଲେ ।

ଆଲୋଚନାରେ ପୂର୍ଵତନ ସେନାନୀ ବସନ୍ତ କୁମାର ହୋତା, ଗାୟକ ବସନ୍ତ କୁମାର ଦାସ, କବି ବସନ୍ତ କୁମାର ସାହୁ, କୈଳାସ ନାଥ ପଟ୍ଟନାୟକ,ଅଶ୍ବିନୀ କୁମାର ପଟ୍ଟନାୟକ,  ସୋମନାଥ ସାହୁ,ପ୍ରସନ୍ନ ବାରିକ ଓ କବୟିତ୍ରୀ ମାନସୀ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶେଷରେ ଗାୟକ ପ୍ରଦୀପ କିଶୋର ତ୍ରିପାଠୀ ଉଦଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Exit mobile version