ବରସାହି ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ

୨୦ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା :-> ଖୋର୍ଦ୍ଧା ବ୍ଲକ ଜଟଣୀ ନିର୍ବାଚନ ମଣ୍ଡଳୀ ବରସାହି ପଂଚାୟତ ରେ ସରପଞ୍ଚ ଶରତ ଚନ୍ଦ୍ର ବେହେରା ଙ୍କ ଆୟୋଜନ ରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅତିଥି ରୂପେ ଜଟଣୀର ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଲବନ୍ତରାୟ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ, ସ୍ଥାନୀୟ ଜିଲ୍ଲା ପରିଷଦ ପ୍ରଫୁଲ କୁମାର ଦଳାଇ,

ସଂମ୍ମାନୀତ ଅତିଥି ରୂପେ କେରଙ୍ଗ ର ପୂର୍ବତନ ସରପଞ୍ଚ ଟୁନା ବାବୁ,ମଲ୍ଲିପୁର ର ବିଜୟ ଦାସ ପୁବୁସାହି ସମିତି ସଭ୍ୟ ପ୍ରମୋଦ ସ୍ୱାଇଁ,ମହିଳା ଗୋଷ୍ଠୀ ସଭାନେତ୍ରୀ ଝୁନିଲତା ମୁଦୁଲି, ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ମମତା ରୁ ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ କରିଥିବା ସମସ୍ତ ଯୋଜନା ଉପରେ ଉପସ୍ଥିତ ଜନସାଧାରଣ ଙ୍କୁ କହିଥିବା ବେଳେ ବର୍ତ୍ତମାନର ବାର୍ଦ୍ଧକ୍ୟ ଭତା ବୃଦ୍ଧି,ଝୋଟ ବ୍ୟାଗ ବଣ୍ଟନ,

ଶିକ୍ଷା ଋଣ,ନିର୍ମାଣ ଶ୍ରମିକ ଯୋଜନା, ଓ ଅନ୍ୟ ବିଭିନ୍ନ ଆର୍ଥିକ ସହାୟତା ଉପରେ ସଚେତନ କରିଥିଲେ । ଏହି ଅବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଲୋକ କଳା ମାଧ୍ୟମରେ ସଚେତନତା କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ବ୍ୟକ୍ତି ବିଶେଷ, ଛାତ୍ରଛାତ୍ରୀ ,ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ୧ ହଜାର ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଯୋଗ ଦେଇଥିବା ବେଳେ ସମସ୍ତ ଲୋକ ପ୍ରତିନିଧି ସହଯୋଗ କରିଥିଲେ।

Exit mobile version