ଅବସର ପ୍ରାପ୍ତ ସହକାରୀ ଯନ୍ତ୍ରୀ ଗନ୍ତାୟତ ଙ୍କ ପରଲୋକ – ପାରଳଖେମୁଣ୍ଡି

ଓଡିଶା ତାଜା ନ୍ୟୁଜ୍ (୨୬ ଜୁଲାଇ ରବିବାର) ପାରଳଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ଅନ୍ତର୍ଗତ ସୁଭଦ୍ରା ବିହାର ନିବାସୀ ଅବସର ପ୍ରାପ୍ତ ସହକାରୀ ଯନ୍ତ୍ରୀ ଗଣେଶ କୁମାର ଗନ୍ତାୟତ ଙ୍କ ଆର. ଶିତାପୂର ସ୍ଥିତ କୋଭିଡ୍ ହସ୍ପିଟାଲ୍ ରେ ପରଲୋକ ହୋଯାଇଛି l ମୃତ୍ୟୁ ବେଳକୁ ତାଂକୁ ୬୧ ବର୍ଷ ହୋଇଥିଲା ସୂଚନା ଯୋଗ୍ୟ ଏହି କିଯେ, କିଛି ଦିନ ହେଲା ସ୍ବର୍ଗତ ଗନ୍ତାୟତ ଜରରେ ପୀଡ଼ିତ ଥାଇ ଘରେ ଚିକିତ୍ସିତ ହେଉଥିଲେ l

ଗତକାଲି ରାତିରେ ତାଙ୍କ ସ୍ଵାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ରାତ୍ର ୧୨ ଟାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି l ତାଙ୍କ ମୃତ୍ୟୁରେ ଏ ଅଞ୍ଚଳରେ ଶୋକ ର ଛାୟା ଖେଳାଇ ଦେଇଛି l ତାଙ୍କ ମୃତ୍ୟୁରେ କେ. ରାମ ସ୍ବାମୀ, ସାନ ଦାସ, ଡିଜେନ ପାଢ଼ୀ, ଗରୁଡ଼ ଧ୍ଵଜ ଚୌଧୁରୀ, ପୂର୍ବତନ କାଉନସିଲର ସନ୍ଧ୍ୟା ରାଣୀ ଚୌଧୁରୀ ତାରିଣୀ ପ୍ରସାଦ ପଣ୍ଡା, କୃଷ୍ଣ ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଶୋକ ସନ୍ତୋପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି l (ଗଜପତି ଜିଲ୍ଲା /ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version