ସୁବଲଡା ପଞ୍ଚାୟତରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

୧୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :->  ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଲକ ସୁବଲଡା ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିଛନ୍ତି l ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୪୬ ଟି ଅଭିଯୋଗ ଆସିଥିବା ବେଳେ ସେଥିରୁ ୧୦ ଟି ବ୍ୟକ୍ତିଗତ ଓ ୩୬ ଟି ସାମୁହିକ ଅଭିଯୋଗ ଥିଲା l ସେଥିମଧ୍ୟରୁ ତୁରନ୍ତ ୫ଟି ର ସମାଧାନ କରାଯାଇଥିଲା ।

ଏଥି ସହ ଏହି ଅଭିଯୋଗ ଶୁଣାଣିରେ ରାସ୍ତା ନିର୍ମାଣ, ଭତ୍ତା, ବିଦ୍ୟୁତ, ବିଦ୍ୟାଳୟ ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଓସୁବଲଡା ବିଦ୍ୟାଳୟ ୫ଟି ରେ ନିର୍ମାଣ କାମ ଅସପୁନ୍ନ କାମ ଗୁଡିକୁ ସପୁନ୍ନ କରାଯିବା ଦାବି ହୋଇଥିଲା ଆଦି ଅଭିଯୋଗ କରିଛନ୍ତି ଲୋକେ l ଏହି ଅବସରରେ ଏସପି ସୁଶ୍ରୀ ଏସ ସ୍ବାତୀ କୁମାର,

ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ବିଡ଼ିଓ , ଲରିମନ ଖସେଲ , ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ମଙ୍ଗଳ, ଜିଲ୍ଲା ପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ଙ୍କ ସମେତ ସ୍ଥାନୀୟ ସରପଞ୍ଚଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରିୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ lଏହି କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ଉଦୟଭାନୁ ପରିଚାଳନା କରିଥିବା ବେଳେ ତାଙ୍କୁ ସହଯୋଗ ସ୍ଥାନୀୟ ପଞ୍ଚାୟତ କର୍ମଚାରୀମାନେ ।

Exit mobile version