ବିଭିନ୍ନ ଦାବି ନେଇ ନିରାକାରପୁରରେ ଅନଶନ ପଞ୍ଚମ ଦିନରେ ପ୍ରଶାସନ ଓ ଅନଶନକାରୀ ଙ୍କ ଆଲୋଚନା : ପ୍ରତିଶ୍ରୁତି ପରେ ଅନଶନ ଭାଙ୍ଗିଲା

୧୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା ଜିଲ୍ଲା :-> ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନିରାକାରପୁର ପଂଚାୟତର ବିଭିନ୍ନ ସମସ୍ୟାର ଦାବି ପୂରଣ ପାଇଁ ୧୫ ତାରିଖ ଠାରୁ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଳର ଲୋକ ପ୍ରତିନିଧି ଓ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ନେଇ ଆମରଣ ଅନଶନ ଜାରି ରହିଥିଲା। ଆଜି ସକାଳୁ ପ୍ରଶାସନ ଆଲୋଚନା କରିବାକୁ ଆସିବାକୁ କହି ସନ୍ଧ୍ୟା ପର୍ଯ୍ୟନ୍ତ ନ ଆସିବାରୁ ଅନଶନ କାରୀ କିଛି ସମୟ ପାଇଁ ନୂଆ ଜଗନ୍ନାଥ ସଡ଼କକୁ କଲେଜ ଛକ ନିକଟରେ ଟାୟାର ଜାଳି ଅବରୋଧ କରିଥିଲେ।

ପରେ ଖୋର୍ଦ୍ଧା ଏସ ପି ସିଦ୍ଧାର୍ଥ କଟାରିଆ ଅନଶନକାରୀ ଙ୍କ ସହିତ କଥା ହେବା ପରେ ଅବରୋଧ ହଟିଥିଲା। ପରେ ଘଟଣାସ୍ଥଳକୁ ଟାଙ୍ଗୀ ବିଡିଓ ରେସ୍ମା ଟେଟେ, ତହସିଲଦାର ମିତାଲି ପାତ୍ର , ଅତିରିକ୍ତ ଜିଲ୍ଲା ଏସପି କିଶୋର ଚନ୍ଦ୍ର ମୁଣ୍ଡ, ଆଇଆଇସି ବିଶ୍ୱଜିତ୍ ରାଉତରାୟ, ବ୍ଲକ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ପହଞ୍ଚି ବୁଝା ସୁଝା କରିଥିଲେ । ସେମାନଙ୍କ ଦ୍ଵାରା ଯେତିକି ଦାବି ପୂରଣ ହୋଇ ପାରିବ ସେ ସେତିକି ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଓ ଅତିରିକ୍ତ ଜିଲ୍ଲା ଏସପି କିଶୋର ଚନ୍ଦ୍ର ମୁଣ୍ଡ କହିଥିଲେ ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳୀ ଆସନ୍ତା କାଲି ଏସପି ସିଦ୍ଧାର୍ଥ କଟାରିଆ ଙ୍କ ସହିତ ଆଲୋଚନା କରି ବାକି ଦାବି ଗୁଡ଼ିକ ପୂରଣ ପାଇଁ ଚେଷ୍ଟା କରାଯିବ ବୋଲି ଜଣାଇବା ପରେ ଅନଶନ ଭାଙ୍ଗିଲା ଥିଲା ।

ପରେ ଅନଶନକାରୀ ମାନଙ୍କୁ ପ୍ରଶାସନ ଅଧିକାରୀ ଜୁସ ପିଆଇଥିଲେ । ରାତି ୧୦ ଟା ୧୭ ମିନିଟ ରେ ଅନଶନ ଭାଙ୍ଗିଥିଲା।ପ୍ରକାଶ ଥାଉ କି ୨୦୦ ବର୍ଷ ଧରି ବସବାସ କରୁଥିବା ନରେନ୍ଦ୍ରପୁର ସାହି କୁ ରାଜସ୍ବ ଗ୍ରାମ ର ମାନ୍ୟତା, ନିରାକାରପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମାନ୍ୟତା, ରାମେଶ୍ବର ଠାରେ ଦମକଳ କେନ୍ଦ୍ର ଖୋଲିବା, ଝର ପୋଖରୀ ର ପୁନଃ ଉଦ୍ଧାର, ହାଟରେ ପିଣ୍ଡି ଘର ନିର୍ମାଣ, ମିନି ଷ୍ଟାଡିୟମ ସହ ଅତ୍ୟାଧୁନିକ ବ୍ୟାୟାମ ଶାଳା,

କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ର ପୁନଃ ବିନ୍ୟାସ, ଜନସଂଖ୍ୟା ଭିତ୍ତିରେ ନିରାକାର ପୁର କୁ ବ୍ଳକ ମାନ୍ୟତା, ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ ପ୍ରମୁଖ ଦାବି ଭଳି ୨୪ ଦଫା ଦାବି ରହିଥିିିଲା । ଆଜିର ଆଲୋଚନାରେ ବରିଷ୍ଠ ନେତା ବିପିନ କୁମାର ଜୟସିଂହ, ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ସମିତି ସଭ୍ୟ। ଙ୍କ ପ୍ରତିନିଧି ଶୁଭମ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version