ନିଆରା ପରମ୍ପରାର ଅନନ୍ୟ ସୃଷ୍ଟି : ଝାଡ଼ପଡାରେ ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ

୧୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ରଣପୁର :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଳକର ଝାଡ଼ପଡା ପଞ୍ଚାୟତ (ବଳରାମ ପୁର ସାହି)ର ଶ୍ରୀଶ୍ରୀ ଭଗବତ ଦେବଙ୍କ ପୁଣ୍ୟ ପୀଠରେ ୬୩ତମ ଅଷ୍ଟପ୍ରହରୀ ନାମ ସଙ୍କୀର୍ତ୍ତନ ମହୋତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀଙ୍କ ସହଯୋଗରେ ୧୯୬୦ ମସିହାରୁ ପାଳିତ ହୋଇଆସୁଥିବା ଉକ୍ତ ଅଷ୍ଟ ପ୍ରହରୀ ନାମ ସଙ୍କୀର୍ତ୍ତନ ମହୋତ୍ସବ ଚଳିତ ବର୍ଷ ଗତ ଫେବୃୟାରୀ ୧୭, ଶନିବାର ଅଷ୍ଟମୀ ତିଥିରେ ହୋମାଧିବାସ ପୂର୍ବକ କଳସ ସ୍ଥାପନା କରାଯାଇ ପରବର୍ତ୍ତୀ ଦିବସ ରବିବାର ନବମୀ ତିଥିରେ ଅଷ୍ଟପ୍ରହରୀ ନାମ ସଙ୍କୀର୍ତ୍ତନ ଅଷ୍ଟମ ପ୍ରହରରେ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଗ୍ରାମବାସୀଙ୍କ ଭଗବତ ସଙ୍କୀର୍ତ୍ତନ ମଣ୍ଡଳୀ ସମେତ ଜିଲ୍ଲାର ଜଣାଶୁଣା ଚାରିଗୋଟି ମହିଳା ସଙ୍କୀର୍ତ୍ତନ ମଣ୍ଡଳୀର ସଦସ୍ୟାମାନେ ସଙ୍କୀର୍ତ୍ତନ କଳା ପରିବେଷଣ କରିଥିଲେ। ସେଥିପାଇଁ ଗ୍ରାମ୍ୟ ପରିବେଶ ବେଶ୍ ଭାବ ଭକ୍ତିମୟ ଓ ଉତ୍ସବମୁଖର ହୋଇଥିଲା। ପାଖାପାଖି ତିନି ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଉପସ୍ଥିତ ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରିବା ସହ ହରିରାମ ସଙ୍କୀର୍ତ୍ତନ ଶ୍ରବଣ କରି ପୂଣ୍ୟ ଅର୍ଜନ କରିଥିଲେ।

ଏବଂ ଉଦଯାପନ ଦିବସ ଦଶମୀ ତିଥିରେଶ୍ରୀଶ୍ରୀ ରାଧାକୃଷ୍ଣ,ପୂର୍ଣ୍ଣ କଳସୀ ଓ ସ୍ଥାପନ କରାଯାଇଥିବା ଠାକୁର ମାନଙ୍କୁ ସଙ୍କଳ୍ପିତ ଭକ୍ତ ଓ ସେବକ ମହାରାଜଙ୍କ ଦ୍ଵାରା ନଗର (ଗ୍ରାମର ପ୍ରତ୍ୟେକ ସାହି) ପରିକ୍ରମା କରାଯିବା ପରେ ଉକ୍ତତ୍ସୋବକୁ ଉଦଯାପିତ କରାଯାଇଥିଲା। ସୂଚନା ଥାଉ କି ଝାଡ଼ପଡା (ବଳରାମ ପୁର ସାହି) ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ୧୯୬୦ ମସିହାରୁ ଏପର୍ଯ୍ୟନ୍ତ ଦୀର୍ଘ ୬୩ ବର୍ଷ ହେବ ଉକ୍ତ ଧର୍ମାନୁଷ୍ଠାନ ଜିଲ୍ଲାରେ ଏକ ପ୍ରମୁଖ ସ୍ଥାନ ଅଧିକାର କରି ଏକ ନିଆରା ପରମ୍ପରା ସୃଷ୍ଟି କରିଥିବା ଜଣାପଡିଛି।

Exit mobile version