ଚିଲିକା ଆଞ୍ଚଳିକ ସେବା ପରିଷଦ ପକ୍ଷରୁ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ନିମନ୍ତେ ସଚେତନତା ଶିବିର ଅନୁଷ୍ଠିତ

୧୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚାନ୍ଦପୁର :-> ଖୋର୍ଦ୍ଧା ଜିଲ୍ଲା ଚିଲିକା ଆଞ୍ଚଳିକ ସେବା ପରିଷଦ ପକ୍ଷରୁ କାଳୁପଡାଘାଟର ସୌଜନ୍ୟରେ ବିଦେଶାଗତ ପକ୍ଷୀ ଯାହା ଆମର ଅତିଥି ମାନଙ୍କ ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଯେଉଁ ମାନଙ୍କ ଉପସ୍ଥିତିରେ ସୌନ୍ଦର୍ଯ୍ୟମୟୀ ଚିଲିକା ରାଣୀର ଶୋଭା ମଣ୍ଡିତ ହୁଏ ।  ଆମର ସେହି ବିଦେଶୀ ଅତିଥି ମାନଙ୍କୁ ନମାରିବା ପାଇଁ ଏକ ସଚେତନତା ମଟର ସାଇକେଲ ରାଲି ସୋରଣ ଘୋଡାଦୌଡ଼ ଠାରୁ ଆରମ୍ଭ ହୋଇ, ସୋରଣ, ମାନସିଂପୁର, ଜରିପଡା,ଏବଂ କଳକଳେଶ୍ଵର ପଂଚାୟତକୁ ଅତିକ୍ରମ କରିସାରିବା ପରେ ସଭା ଶେଷରେ କାଳୁପଡାଘାଟ ଗଣେଶ ବଜାରରେ ଏହି ପକ୍ଷୀ ସୁରକ୍ଷା ସଚେତନତା ରାଲି ସମାପ୍ତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ  ACF ବାଲୁଗାଁ ଡିଭିଜନର ବନ୍ୟପ୍ରାଣୀ ଅଧିକାରୀ ସପ୍ତାଧି ମିଶ୍ର , WILDLIFE ଟାଙ୍ଗୀ ରେଞ୍ଜର ବିରଯା ଦାସ , ପରିବେଶ ବିଚ ସନ୍ତୋଷ କୁମାର କର ଏବଂ ସନ୍ମାନିତ ଅତିଥି ଭାବରେ ଯୋଗ ଦେଉଥିଲେ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଙ୍ଘର ସଭାପତି ଯିଏକି ବରିଷ୍ଠ ସାମ୍ବାଦିକ ଭାବେ ପରିଚିତ ପଦ୍ମନାଭ ବିଶ୍ୱାଳ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ ଜରିପଡା ପଂଚାୟତର ବିଶିଷ୍ଠ ସମାଜ ସେବୀ ତ୍ରିଲୋଚନ ସାହୁ ,

କଳକଳେଶ୍ଵର ସରପଞ୍ଚ ଜୋସ୍ନା ରାଣୀ ଜେନା ଏବଂ ସୋରଣ ସରପଞ୍ଚ ଶେଷଦେବ ବେହେରା । ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲାଇଛନ୍ତି ଚିଲିକା ଆଞ୍ଚଳିକ ସେବା ପରିଷଦର ସଭାପତି ଦୀପକ କୁମାର ନାଥ , ଚିଲିକା ଆଞ୍ଚଳିକ ସେବା ପରିଷଦର ମାର୍ଗଦର୍ଶକ ଜିତେନ୍ଦ୍ର ମାନସିଂ, ଲଷ୍ମୀଧର ବେହେରା ଏବଂ ଦେବଦତ ମହାପାତ୍ର । ଏହିମାନଙ୍କ ପ୍ରଚେଷ୍ଟାରେ ପକ୍ଷୀ ସୁରକ୍ଷା ସଚେତନତା ମଟର ସାଇକେଲ ରାଲି ସାଫଲ୍ୟ ମଣ୍ଡିତ ହୋଇଥିଲ .

Exit mobile version