Home ଓଡ଼ିଶା ୬ ଦଫା ଦାବି ପୂରଣ ନେଇ ରାଜସ୍ୱ କ୍ଷେତ୍ର କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ହିଞ୍ଜିଳିକାଟୁ :-> ରାଜ୍ୟ ରାଜସ୍ୱ କ୍ଷେତ୍ର କର୍ମଚାରୀ ସଂଘର ଆହ୍ୱାନ କ୍ରମେ ହିଞ୍ଜିଳିକାଟୁ ତହସିଲ ଅର୍ନ୍ତଗତ ରାଜସ୍ୱ କ୍ଷେତ୍ର କର୍ମଚାରୀ ମାନେ ୬ ଦଫା ଦାବି ପୂରଣ ନେଇ ସୋମବାର ଠାରୁ ସମୁହ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେବା ସହ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦାବିପୁରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରୀ ରହିବ ବୋଲି ଚରମବାଣୀ ଶୁଣାଇଛନ୍ତି ସଂଘ କର୍ମକର୍ତ୍ତା । ଓଡିଆରଏସ ନିୟମରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁର୍ନଗଠନଏଆରଆଇଙ୍କ ବେତନ ସଂରଚନାରେ ପରବର୍ତ୍ତୀ ସ୍ତରକୁ ଏବଂ ୯୦% ଆରଆଇ ପଦବୀପଦୋନ୍ନତି ଭାବରେ ସ୍ଥିର କରିବା, ରାଜସ୍ୱ ସୁପରଭାଇଜର ପଦବୀକୁ ନାମ ପରିବର୍ତ୍ତନ କରାଯାଇ ଅତିରିକ୍ତ ତହସିଲଦାର ନାମରେ ନାମିତ କରିବା, ଓଆରଏସର ପଦୋନ୍ନତି ପାଇଁ ସିସିଆର ମାନଦଣ୍ଡକୁ ବିଲୋପ କରିବା ସହ ଅମଲା କର୍ମଚାରୀଙ୍କ ପାଇଁ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ ପାଇଁ ୪୦ : ୬୦ ଅନୁପାତରେ ସମୀକ୍ଷା, ୨୦୦୬ ପହିଲାରୁ ଆରଆଇ, ଏଆରଆଇ ଓ ଆରଏସର ବର୍ଦ୍ଧିତ ଦରମା ଧାର୍ଯ୍ୟ, ବିଜ୍ଞପ୍ତି ଅନୁଯାୟୀ ଆଉଟସୋସିଂ ମାଧ୍ୟମରେ ରାଜସ୍ୱ ନିରୀକ୍ଷକ ମଣ୍ଡଳ ପାଇଁ ଗୃପ ଡି ପୋଷ୍ଟ ଗୁଡତକ ପୂରଣ କରାଯିବା ଏବଂ କାର୍ଯ୍ୟସୂଚୀରେ ଆବଶ୍ୟକ ପରିବର୍ତ୍ତନ ପରେ କୃଷି ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଯେପରିକି କୃଷକ ତଥ୍ୟ ଯାଞ୍ଚ, ସିସିଇ ଇତ୍ୟାଦି କୃଷି ବିଭାଗକୁ ସ୍ଥାନାନ୍ତର କରିବା ଭଳି ୬ଟି ପ୍ରମୁଖ ଦାବି ପୂରଣ ସକାଶେ ରାଜସ୍ୱ କ୍ଷେତ୍ର କର୍ମଚାରୀ ମାନେ ସମୁହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ରାଜସ୍ୱ କ୍ଷେତ୍ର କର୍ମଚାରୀ ମାନେ ସୋମବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବା ପରେ ବିଭିନ୍ନ ରାଜସ୍ୱ ବିଭାଗୀୟ କାର୍ଯ୍ୟ ଠପ୍ ହୋଇଯାଇଚି । ଫଳରେ ବହୁ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । କାର୍ଯ୍ୟବନ୍ଦ ଆନ୍ଦୋଳନରେ ସୁପରଭାଇଜର ଜ୍ୟୋର୍ତିମୟୀ ଚନ୍ଦ୍ର ଓ ରତ୍ନାକର ସ୍ୱାଇଁ, ରାଜସ୍ୱ ନିରୀକ୍ଷକ ଅରବିନ୍ଦ ଦାସ, ଗୌତମ ରାଉତ, କୃଷ୍ଣଚନ୍ଦ୍ର ଜାନି, ସଞ୍ଜୟ ବିଷୋୟୀ, ପ୍ରଦୀପ ପାତ୍ର, ସୁବ୍ରତ ସାହୁ, ଜିତେନ୍ଦ୍ର ପାତ୍ର, ବିଳାସ ନାହାକ, ସଂଘମିତ୍ରା ନାୟକ, ସ୍ୱପ୍ନେଶ୍ୱରୀ ପାତ୍ର, ରୂପଶ୍ରୀ ବେହେରା, ଏଆରଆଇ ସୌଦାମିନି ପୋଲାଇ, ହେମା ଜାନିଙ୍କ ସମେତ ହିଞ୍ଜିଳି ତହସିଲ ଅଧିନ ସମସ୍ତ ଆରଆଇ, ଏଆରଆଇ ପ୍ରମୁଖ ସାମିଲ ହୋଇଛନ୍ତି । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026