୧୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଦଶପଲ୍ଲା :- ଦଶପଲ୍ଲା ବ୍ଲକର ଟାକରା ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତର ବହୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଯୋଗଦେଇ, ନିଜ ନିଜର ଉତ୍ପାଦନ ଦ୍ରବ୍ଯ ଗୁଡିକୁ ପ୍ରଦର୍ଶିତ କରିଥିଲେ । ଏହା ସହିତ ସ୍ବାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ସମନ୍ବିତ ଶିଶୁ ମଙ୍ଗଳ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ନିଜନିଜ ବିଭାଗର ସଫଳ ଉଦ୍ୟୋଗ ଗୁଡିକୁ କୁ ଷ୍ଟଲ୍ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ବାସ୍ଥ୍ୟ ପରୀକ୍ଷା, ପୃଷ୍ଟି ସଚେତନତା କାର୍ଯ୍ୟକ୍ରମ କୁ ଷ୍ଟଲ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଯାହାକି ସମସ୍ତ ଜନସାଧାରଣଙ୍କ ର ମୁଖ୍ୟ ଦୃଷ୍ଟି ଆକର୍ଷଣ କରିଥିଲା। 
କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସଚେତନତା ଶିବିର କୁ ଉଦ୍ଘାଟନ କରିଥିବାବେଳେ, ସମ୍ମାନିତ ଅତିଥି ଭାବରେ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ,ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଜାନକୀ ଦେହୁରୀ , ଦଶପଲ୍ଲା ମଣ୍ଡଳ ଉନ୍ନୟନ ଅଧିକାରୀ ସଂଜୟ କୁମାର ଆଚାର୍ଯ୍ୟ , ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନୀ, ସତ୍ୟଭାମା ନାୟକ ,ଟାକରା ଗ୍ରାମ ପଞ୍ଚାୟତ ର ବିଜୁ ଜନତା ଦଳର ସଭାପତି ପ୍ରଦିପ କୁମାର ସାହୁ,ସମ୍ପାଦକ ଜଗବନ୍ଧୁ ଆଚାର୍ଯ୍ୟ ,ସ୍ଥାନୀୟ ସରପଞ୍ଚ ଙ୍କ ସମେତ ବହୁ ପଞ୍ଚାୟତ ସ୍ତରୀୟ ନିର୍ବାଚିତ ପ୍ରତିନିଧି ଙ୍କ ସମେତ ପ୍ରାୟ ୨୦୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଯୋଗ ଦେଇଥିଲେ ।ଆଜିର ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଜନସାଧାରଣ ଙ୍କୁ ସମ୍ବୋଧିତ କରି ବିଧାୟକ ଶ୍ରୀ ବେହେରା କହିଥିଲେ ଯେ ,

