Home ଓଡ଼ିଶା ବେନକେରା ଆଦିବାସୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ। by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଜଳିଆବାହାଲ ଚାମ୍ପିୟନ ମରୁଆଁ ରନର୍ସ ଅପ୍ ୧୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ଼ :- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେନକେରା ଠାରେ ଚାଲିଥିବା ଦଶମ ଆଦିବାସୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳ ଜଳିଆବାହାଲ ଓ ମରୁଆଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜଳିଆବାହାଲ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୮ ଓଭର ରେ ୪ ୱିକେଟ୍ ହରାଇ ୧୨୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବ ରେ ମରୁଆଁ ଦଳ ୮ ଓଭର ରେ ୮ ୱିକେଟ ହରାଇ ମାତ୍ର ୭୯ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଯାହା ଫଳରେ ଜଳିଆବାହାଲ ଦଳ ଚାମ୍ପିୟନ ହୋଇଥିଲା ।ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଆଦିବାସୀ କ୍ରିକେଟ୍ କ୍ଲବ ସଭାପତି ରୁଦ୍ରାକ୍ଷ ବିଶ୍ୱାଳ ଅଧ୍ୟକ୍ଷତା କରିଥିବା ବେଳେ ଲିକ କ୍ୱାଟର ଫାଇନାଳ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ମୂଖ୍ୟ ଅତିଥି ଥିବାବେଳେ ଫାଇନାଲ ମେଚ ରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚେଆର ମେନ ପ୍ରତିନିଧି ପବିତ୍ର ପଟେଲ ବି ଏସ ଏଫ ବିଭାଗରୁ ବଶିଷ୍ଠ ମାଝୀ,ଅନ୍ତ ଭୁଏ, ଲୁକେଶ କୁମାର ଭୁଏ, ହରି ପୁଟେଲ ଥିବାବେଳେ ସିଆଇଏସଏଫ ଭିକାରୀ ଧାରୁଆ, ଫେଆର ମେନ ବିଭାଗ ରୁ ସେସଦେଵ ପୁଟେଲ ଯୋଗଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଅନନ୍ଦ କୁମାର ପୁଟେଲ, କ୍ଷୀରସଗାର ପୁଟେଲ,ଶଙ୍କର ଟାକ୍ରି ଯୋଗଦେଇ ଥିଲେ। ଚାମ୍ପିୟନ ଦଳକୁ ଟ୍ରଫି ସହ ୨୨୦୦୦ ଟଙ୍କା ଏବଂ ରନର୍ସ ଅପ ଦଳ କୁ ୧୪୦୦୦ ଟଙ୍କା ଅତିଥି ମାନେ ପ୍ରଦାନ କରିଥିଲେ। ଅମ୍ପାୟାର ରୁପେ ପ୍ରୋୟୋଜ କଶ୍ୟପ ଓ ରୋମାଞ୍ଚଳ ଭୋଇ ଖେଳକୁ ପରିଚାଳନା କରିଥିବା ବେଳେ ସ୍କୋରର ରୁପେ ରୂପେଶ କୁମାର ନାଏକ ଦାୟିତ୍ଵ ତୁଲାଇ ଥିଲେ। ମିନିକେତନ ଦାସ ଓ ରୂପେସ କୁମାର ନାଏକ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଦିବାସୀ କ୍ଳବ୍ ସଦସ୍ୟ ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଣ୍ଟ ଟି ପାଞ୍ଚ ଦିନ ଧରି ଚାଲିଥିବା ବେଳେ ୨୪ ଟି ଦଳ ଭାଗ ନେଇଥିଲେ । ଶେଷରେ ପାଟଣାଗଡ଼ ବିଧାୟକ ଆଦିବାସୀ କ୍ଳବ ଗୃହ, ବିଦୁତ,ପାନୀୟଜଳ ତୁରନ୍ତ ଦୁଇ ମାସରେ ଦାବି ପୂରଣ କରିବି ବୋଲି ପ୍ରତିଶ୍ରୁତି ରଖିଲେ। Categories: ଓଡ଼ିଶା, ଦେଶ, ବଲାଙ୍ଗିର, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026