Home ଓଡ଼ିଶା ସୁଲେକେଲା ଗାଁର ଦାଦନ ଶ୍ରମିକ ମୃତ୍ୟୁ ଘଟଣା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ସୁଲେକେଲା ଗାଁର ନାବାଳିକା ଝିଅ ବନ୍ଧକ ଘଟଣା ରେ ଅଭିଯୁକ୍ତ ଦାଦନ ସର୍ଦାର କୁ ଗିରଫ କରିଛି ବେଲପଡା ପୁଲିସ |ଗିରଫ ଅଭିଯୁକ୍ତ ଜଣକ ହେଲେ ତୁରକେଲା ଥାନା ତେନ୍ତୁଳୀଖୁଣ୍ଟି ଗାଁର ସମ୍ଭାରୁ ବନଛୋର | ଅଭିଯୁକ୍ତ ଜଣ କୁ ବଞ୍ଚିବାକୁ ଭରପୂର ପ୍ରୟାସ କରିବା ସହ ଶ୍ରମ ଅଧିକାରୀ ଙ୍କ ସହ କିଛି ପୁଲିସ ବାବୁ କୁ ମୋଟା ଅଙ୍କର ଟଙ୍କା ଦେଇଥିଲେ |ଏନେଇ ପୁଲିସ ଏବଂ ଶ୍ରମ ନିରୀକ୍ଷକ ନାବାଳିକା ଝିଅ ବନ୍ଧକ ନୁହେଁ ମାମୁଘରେ ଥିବା କଥା କହିଥିଲେ |କିନ୍ତୁ ଏହାପରେ ମଧ୍ୟ୍ୟ ଖବର ପ୍ରସାରିତ ହେଉଥୁଲା ଯାହାକୁ ନେଇ ଅଭିଯୁକ୍ତ କୁ ଧରିବା ରେ ସଫଳ ହୋଇଛି ପୁଲିସ |ତେବେ ଏବେବି ଘଟଣା ର ମୁଖ୍ୟ ଅଭିଯୁକ୍ତ ଇଟାଭାଟି ମାଲିକ ପ୍ରବୀଣ ଖେତୁ ଫେରାର ଥିବାରୁ ପୁଲିସ କେବେ ଗିରଫ କରିବ ବୋଲି ପ୍ରଶ୍ନ ଉଠୁଛି | ମିଳିଥିବା ସୂଚନା ଅନୁସାରେ ଗତ ଜାନୁୟାରୀ ୪ ତାରିଖ ରେ ତୁରକେଲା ଥାନା ତେନ୍ତୁଳୀଖୁଣ୍ଟି ଗାଁର ଦାଦନ ସର୍ଦାର ସମ୍ବାରୁ ବନଛୋର ଙ୍କ ଠାରୁ ୮୦ ହଜାର ଟଙ୍କା ବଇନା ନେଇ ବାହାର ରାଜ୍ୟ ତେଲେଙ୍ଗାନା ର ସାତନଗର ଅଂଚଳ କୁ ଦାଦନ ଖଟିବାକୁ ଯାଇଥିଲେ ସୁଲେକେଲା ଗାଁର କାହ୍ନୁ ମଳିକ | ସାଙ୍ଗରେ ନିଜ ସ୍ତ୍ରୀ ଲକ୍ଷ୍ମୀପ୍ରୀୟା, ଦିବ୍ୟାଙ୍ଗ ଝିଅ ଏବଂ ନାବାଳିକା ଅଙ୍କିତା କୁ ମଧ୍ୟ୍ୟ ନେଇଥିଲେ |ସେଠାରେ 2 ମାସ ଧରି କାମ କରିବା ପରେ ଅସୁସ୍ଥ ଅନୁଭବ କରିଥିଲେ କାହ୍ନୁ |ଇଟାଭାଟି ମାଲିକ ଶଙ୍କର ନାୟକ ଏବଂ ପ୍ରବୀଣ ଖେତୁ ସହ ସର୍ଦାର ସମାରୁ ବନଛୋର ନିର୍ଯାତନା ଏବଂ ଅତ୍ୟଧିକ କାମ ଯୋଗୁଁ ସମ୍ପୂର୍ଣ ଅସୁସ୍ଥ ହୋଇପଡିଲେ କାହ୍ନୁ |ଏନେଇ ସ୍ୱାମି ର ଚିକିତ୍ସା ପାଇଁ କହିବା ପରେ ମଧ୍ୟ୍ୟ କାହ୍ନୁ ର ଚିକିତ୍ସା କରିନଥିଲା ମାଲିକ |ଘର କୁ ଆସିବାକୁ କହିବା ପରେ ମଧ୍ୟ୍ୟ ଛାଡ଼ୁନଥିଲା |ନେଇଥିବା ବଇନା ଟଙ୍କା ଫେରାର ତା ପରେ ଘର କୁ ଯିବା କଥା ମାଲିକ କହୁଥୁଲା |ଶେଷରେ କାହ୍ନୁ ର ସ୍ୱାସ୍ଥ୍ୟବସ୍ଥା ସଙ୍ଗିନୀ ହେବାରୁ ନାବାଳିକା ଝିଅ କୁ ବନ୍ଧକ ରଖି କାହ୍ନୁ, ସ୍ତ୍ରୀ ଓ ଦିବ୍ୟାଙ୍ଗ ଝିଅ କୁ ଗାଁ କୁ ପଠାଇଦେଇଥିଲା ଇଟାଭାଟି ମାଲିକ |ଟଙ୍କା ପଠାଇବା ପରେ ଝିଅ କୁ ଛାଡିବି କହି ସେଠାରେ ଥିବା ତାଙ୍କ ସମ୍ପର୍କୀୟ ଙ୍କ ଘରେ ରଖିବାକୁ ନାବାଳିକା ଝିଅ କୁ ରଖିଥିଲା ଇଟାଭାଟି ମାଲିକ |ଏନେଇ ନିଜ ଅସୁସ୍ଥ ସ୍ୱାମୀ କୁ ଚିକିତ୍ସାକରୁଥୁବା ସମୟ ରେ ମଧ୍ୟ୍ୟ ନିଜ ପାଖରେ ଥିବା ଜମି କୁ ବନ୍ଧକ ରଖି ସର୍ଦାର ପାଖରେ ୫୦ ହଜାର ଟଙ୍କା ପଠାଇଥିଲେ |ତା ପରେ ଝିଅ କୁ ଛାଡ଼ିନଥିଲା ସର୍ଦାର | ଆହୁରି 30 ହଜାର ଟଙ୍କା ଦାବି କରିବାରୁ ଶେଷରେ ନାବାଳିକା ଝିଅ କୁ ଝୁରି ଝୁରି ଜୀବନ ହାରି ଦେଇଥିଲେ ବାପା କାହ୍ନୁ |ପରେ ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଝିଅ କୁ ଉଦ୍ଧାର କରିବାକୁ ପ୍ରଶାସନ ତତ୍ପରତା ଦିଆଖାଇଥିଲା |ପରିବାର କୁ ସବୁ ସୁବିଧା ପାଇଁ ପ୍ରତିଶୃତି ଦେଇଥିଳା କିନ୍ତୁ ଘଟଣା କୁ ଦିନ ପରେ ଦିନ ବିତିଯାଇଥିଲେ ବି ଅଭିଯୁକ୍ତ ମାନଙ୍କୁ ଗିରଫ କରୁନଥିଲା ପୁଲିସ |ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ|ଏନେଇ ବାରମ୍ବାର ଖବର ପ୍ରକାଶ ପରେ ଅଭିଯୁକ୍ତ କୁ କାବୁ କରିଛି ବେଲପଡା ପୁଲିସ |ଆଜି ସକାଳେ ଘରେ ଥିବା ସମୟ ରେ ଚଢ଼ାଉ କରି ଅଭିଯୁକ୍ତ କୁ ଧରିବା ରେ ସଫଳ ହୋଇଥିଲା ପୁଲିସ |ଏନେଇ ବେଲପଡା ଥାନାରେ କେସ ନଂ ୩୪ତାରିଖ ୪/୨/ ୨୦୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନାଁରେ ଦଫା ୩୭୦/୩୭୪/୪୨୦/୩୪/ ସହ ସେକସନ ୨୫ ଆଇଏସଏମଡବ୍ଲୁ ଆକ୍ଟ ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ ପାଟଣାଗଡ଼ କୋର୍ଟ କୁ ଚାଲାଣ କରାଯାଇଥିବା ବେଲପଡା ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି | Categories: ଓଡ଼ିଶା, ଦେଶ, ବଲାଙ୍ଗିର, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026