ବିଲକୁ ମାଡିଗଲା ବସ୍‌, ୩ ଆହତ

୧୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଦଶପଲ୍ଲା :- ଦଶପଲ୍ଲା ସ୍ଥିତ ଶାଳଭଙ୍ଗା ନିକଟରେ ଅଭାବନୀୟ ଘଟଣା ଘଟିଛି। ଗଞ୍ଜାମ ବୁଗୁଡାରୁ ଝାରସୁଗୁଡା ଯାଉଥିବା ଏକ ବସ୍‌ ବାଣୀଗୋଚ୍ଛା ଥାନା ଶାଳଭଙ୍ଗା ନିକଟରେ ବିଲକୁ ପଶିଯାଇଛି। ଭାରସାମ୍ୟ ହରାଇ ବିଲକୁ ବସ୍ ଟି ବିଲକୁ ପଶିଯାଇଛି।

ତେବେ କାହାରି ବିଶେଷ କ୍ଷତି ହୋଇନାହିଁ। ବସ୍‌ରେ ଥିବା ୪୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ୩ ଆହତଙ୍କୁ ଦଶପଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Exit mobile version