Home ଓଡ଼ିଶା ସୁନ୍ଦରେ ତୃପ୍ତିର ଅବସାଦ ନାହିଁ ” କବିତା ପାଠ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବେଗୁନିଆ :- ବେଗୁନିଆ ସାହିତ୍ୟାନୁଷ୍ଠାନ ପକ୍ଷରୁ “ସୁନ୍ଦରେ ତୃପ୍ତିର ଅବସାଦ ନାହିଁ ” ଶୀର୍ଷକ ଏକ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଶନିବାର ଅପରାହ୍ନରେ ସ୍ଥାନୀୟ “ଆଦର୍ଶ କ୍ଲବ ” ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତରାୟ ପୌରୋହିତ୍ୟ କରିଥିଲେ । ଗାୟକ ବସନ୍ତ କୁମାର ଦାସ ଓ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ରଙ୍କ ମଙ୍ଗଳା ଚରଣ ପାଠ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ସଂଯୋଜକ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ପ୍ରସଙ୍ଗ ଆଧାରିତ ଆବାହନୀ ସଙ୍ଗୀତ ଗାନ କରିଥିଲେ । ଏଥିରେ ବିଶିଷ୍ଟ ରସାୟନ ବିଜ୍ଞାନୀ ଡ. ହରିପ୍ରସାଦ ଦାସ ମୁଖ୍ୟ ଅତିଥି, ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ମୁଖ୍ୟ ବକ୍ତା ଓ ନାଟ୍ୟ ନିର୍ଦ୍ଦେଶକ ଡ. ବନବିହାରୀ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉଭୟ ସାହିତ୍ୟ ଓ ପ୍ରକୃତିର ଅପୂର୍ବ ତଥା ଶାଶ୍ୱତ ସୌନ୍ଦର୍ଯ୍ୟବୋଧର ବିଭିନ୍ନ ଉଦାହରଣ ଦେଇଥିଲେ । କବିତାପାଠରେ କବି କୈଳାସ ନାଥ ପଟ୍ଟନାୟକ, କବୟିତ୍ରୀ ସଂଘମିତ୍ରା ରଥ, ମାନସୀ ଦାସ, କବିକେତନ ଗୌରଚରଣ ସାମନ୍ତସିଂହାର, ପ୍ରଶାନ୍ତ ବାରିକ, ଜଗଦୀଶ ଚନ୍ଦ୍ର ପାତ୍ର,ଶ୍ରୀବତ୍ସ ପାଣିଗ୍ରାହୀ, ଶିକ୍ଷକ ଜମ୍ବେଶ୍ଵର ମଙ୍ଗରାଜ, ହରିବନ୍ଧୁ ପଣ୍ଡା, ବ୍ରଜବନ୍ଧୁ ପଣ୍ଡା ଓ ବିଜୟ କୁମାର ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଆସନ୍ତା ୨୫ ତାରିଖରେଅନୁଷ୍ଠିତ ହେବାକୁ ଯାଉଥିବା ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳନର ବିଭିନ୍ନ ରୂପରେଖ ସମ୍ପର୍କରେ ଚୂଡାନ୍ତ ଆଲୋଚନା ହୋଇଥିଲା। ଶେଷରେ ଗାୟକ ପ୍ରଦୀପ କିଶୋର ତ୍ରିପାଠୀ ଉଦଯାପନୀ ସଙ୍ଗୀତ ଗାନ କରିଥବା ବେଳେ ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ ଧନ୍ୟବାଦ ଦେଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ଦେଶ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026