ଜନଗହଳିପୁର୍ଣ୍ଣ ରାସ୍ତାପାର୍ଶୋରେ ବିପଦସଙ୍କୁଳ ବିଦ୍ୟୁତ୍ ସବ୍ ଷ୍ଟେସନ ,, ଜନ ଜୀବନ ପ୍ରତି ବିପଦ,, ବିଦ୍ୟୁତ୍ ବିଭାଗ ଚେଇଁ ଶୋଇଛି

୧୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ)  ବାଲିପାଟଣା :-> କଟକ ଜିଲ୍ଲା ନିଆଳି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଅଧିନ ନୂଆଗାଁ ବାଙ୍କୁଆ ଆମଣାକୁଦ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟ ଦେଇ ତ୍ରିବେଣୀ ବନମାଳୀପୁରକୁ ସଂଯୋଗ କରୁଥିବା ଜନଗହଳି ପୂର୍ଣ୍ଣ ରାସ୍ତାର ଆମଣାକୁଦ, କୁଦପାଟଣାର ଗ୍ରହରାଜ ଶ୍ରୀ ସନିଦେବଙ୍କ ମନ୍ଦିର ନିକଟରେ ଅବସ୍ଥିତ ବିଦ୍ୟୁତ୍ ସବ୍ ଷ୍ଟେସନଟି ମରାମତି ତଥା ରକ୍ଷଣା ବେକ୍ଷଣ ଅଭାବରୁ ବିପଦ ସଙ୍କୁଳ ମରଣଯନ୍ତା ପାଲଟିଛି ।

ଏହି ରାସ୍ତା ମଧ୍ୟ ଦେଇ ଦୈନିକ ହଜାର ହଜାର ସଂଖ୍ୟାରେ ଯାତ୍ରୀମାନେ ଯାଆ ଆସ କରୁଛନ୍ତି । ଯାତ୍ରୀ ତଥା ଗମନାଗମନ କରୁଥିବା ଲୋକମାନଙ୍କ ପାଇଁ ଏହି ବିଦ୍ୟୁତ୍ ସବ୍ ଷ୍ଟେସନଟି କେତେବେଳେ ବିପଦ ସୃଷ୍ଟି କରି ଜୀବନ ହାନି ଘଟିବ କେହି କହିପାରିବେ ନାହିଁ । ଏହି ଠାରେ ଆସନ୍ତା ୧୯ ତାରିଖ ଦିନ ଗ୍ରହରାଜ ଶ୍ରୀ ସନିଦେବଙ୍କର ବାର୍ଷିକ ଉତ୍ସବ ପାଳନ କରାଯିବ, ଉକ୍ତ ଉତ୍ସବରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ସମେତ ସ୍ଥାନୀୟ ଅଞ୍ଚଳର ଲୋକମାନେ ଯୋଗ ଦେବେ ବୋଲି ଜଣାପଡିଛି।

ଏହି ବିପଦ ପୂର୍ଣ୍ଣ ସବ୍ ଷ୍ଟେସନଟି ଖୋଲା ରହୁଥିବାରୁ ଜନ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ଶନିଦେବଙ୍କ ଚାରିଟେବୁଲ ଟ୍ରଷ୍ଟ ର ସନାତନ ବେହେରା, ବିଭୁତି ଭୁଷଣ ମହାପାତ୍ର ଙ୍କ ସମେତ ବହୁ କର୍ମକର୍ତାଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗରେ ନିଆଳି ବିଦ୍ୟୁତ୍ ବିଭାଗ, କାର୍ଯ୍ୟାଳୟ, କଟକର TPCODI ଅଧିକାରୀଙ୍କୁ ଜଣାଇଦିଆଯାଇଛି । ଯଦି ତୁରନ୍ତ ଏହାର ସମାଧାନ କରା ନ ଯାଏ , ତେବେ ଶନିଦେବ ଚାରିଟେବୁଲ ଟ୍ରଷ୍ଟ ସମେତ ଅଞ୍ଚଳ ବାସୀଙ୍କ ପକ୍ଷରୁ ବ୍ୟାପକ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Exit mobile version