ଲଡୁବାବାଙ୍କ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ

୧୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଓଡ଼ଗାଁ :-> ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଶରଣକୁଳ ଠାରେ ବିଜେ ପ୍ରତକ୍ଷ୍ୟ ଶିଵ ଠାକୁର ପ୍ରଭୁ ଲଡୁକେଶ ମହେଶଙ୍କ ମହାଶିବରାତ୍ରି ଜଗରଯାତ୍ରା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିଚାଳକ ସୁବାସ ଚନ୍ଦ୍ର ବରାଡ଼ ଙ୍କ ଅଧକ୍ଷତ।ରେ ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଉପ ଜିଲ୍ଲାପାଳ କାମଦେବ ସମାଦ।ର,ତହସିଲଦାର ମାନସ ରଞ୍ଜନ ଭୋଇ,ଏସ ଡି ପି ଓ ସୁଧାକର ସାହୂ,ଶରଣକୁଳ ଥାନା ଭାରପ୍ରାପ୍ତ ଅଧିକାରୀ ପୁଷ୍ପଲତ।

ବେହେରା,ସ୍ଥାନୀୟ ରେଭିନିଉ ଇନ୍ସପେକ୍ଟର ମିନତୀ ସାହୂ,ଶରଣକୁଳ ପଂଚାୟତ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୂ,ଜିଲ୍ଲା ପରିଷଦ ଯୋନ ୩ ସଦସ୍ୟା ଚିନ୍ମୟୀ ଦାଶ ଓ ଦେବୋତ୍ତର ମ୍ୟାନେଜର ତାପସ କୁମାର ପଟ୍ଟନାୟକ ସମେତ ଅଂଚଳର ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଓ ସାମ୍ବାଦିକ ମାନେ ଉପସ୍ଥିତି ରହି ଜଗରଯାତ୍ରା କିପରି ଶାନ୍ତି ଶୃଙ୍ଖଳା ସହିତ ପାଳନ କରାଯିବ ତା ଉପରେ ବିଶେଷ ଆଲୋଚନା ହୋଇଛି ।

ଆଲୋଚନା ମୁତାବକ ଶିବରାତ୍ରି ଦିନ ରାତ୍ରି ବାର ଘଣ୍ଟାରୁ ମନ୍ଦିର ଖୋଲାଯାଇ ଠାକୁରଙ୍କ ସମସ୍ତ ନୀତିକାନ୍ତି ଭୋର ତିନିଟା ସୁଧା ସମ୍ପାଦନା କରାଯାଇ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଠାକୁରଙ୍କୁ ସର୍ବସାଧାରଣ ଦର୍ଶନ ନିମନ୍ତେ ଧାଡି ଦର୍ଶନର ବ୍ୟବସ୍ଥା କରାଯିବ ସଂଧ୍ୟାପୂଜା ନୀତି ସନ୍ଧ୍ୟା ଘ ୬.୩୦ ମିନିଟ ଠାରୁ ରାତ୍ର ୭.୩୦ ପର୍ଯ୍ୟନ୍ତ ସମ୍ପାଦନା କରାଯାଇ ସର୍ବସାଧାରଣ ଙ୍କ ପାଇଁଧାଡି ଦର୍ଶନ ବ୍ୟବସ୍ଥା ରାତ୍ର ୧୦.୩୦ ପର୍ଯ୍ୟନ୍ତ ହୋଇ ମହାଶିବରାତ୍ରି ବେଢା ପରିକ୍ରମା ଆରମ୍ଭ କରାଯିବ ।ରାତ୍ରି ୧୨ ଘଣ୍ଟା ସମୟରେ ଠାକୁରଙ୍କ ମହାଦୀପ ଉଠିବ ।

ଯାତ୍ରା ଉପଲକ୍ଷେ ସବୁଆଡେ ପରିଷ୍କାର ପରିଛନତା ପାଇଁ ସ୍ଥାନୀୟ ଗ୍ରାମ ପଞ୍ଚାୟତ କୁ ଦାଇତ୍ୱ ଦିଆଯାଇଛି । ନିୟମିତ ଆଲୋକ ବ୍ୟବସ୍ଥା ପାଇଁ ବିଦ୍ୟୁତ ବିଭାଗ,ଶାନ୍ତି ଶୃଙ୍ଖଳା ପାଇଁ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ପୋଲିସ ବ୍ୟବସ୍ଥା, ଆକସ୍ମିକ ଅଗ୍ନିନିର୍ବ।ପଣ ପାଇଁ ଅଗ୍ନିଶମ ବିଭାଗ,ପାନୀୟ ଜଳ ପାଇଁ ଆର ଡବ୍ଲୁ ଏସ ଏସ ଓ ପି ଏଚ ଡି ବିଭାଗକୁ ,ପ୍ରଚାର ପ୍ରସାର ଓ ସୂଚନା କେନ୍ଦ୍ର ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ,ଆଶୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ସମ୍ମୁଖରର ଜୋତାଷ୍ଟାଣ୍ଡ ନିର୍ମାଣ ସହିତ ଭଜନ ସମାରୋହ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ।ମହାଶିବରାତ୍ରି ଜାଗର ମେଳା ପାଇଁ ଶରଣକୁଳ ନିକଟସ୍ଥ ସମସ୍ତ ମଦ ଦୋକାନ ବନ୍ଦ ରହିବ ।ଦୂରଦୂରାନ୍ତରୁ ଆସୁଥିବା ବ୍ୟବସାୟୀ ଓ ଶ୍ରଦ୍ଧାଳୁ ମାନଙ୍କ ସମସ୍ତ ସୁବିଧା ପାଇଁ ଇ ଆଶୁ ବିଶୃଙ୍ଖଳା ପାଇଁ ଏକ ଶାନ୍ତିକମିଟି ଗଠନ କରାଯାଇଛି ।ଦୁଇ ଦୁଇଟି ଯାତ୍ରାନୁଷ୍ଠାନ ଯାତ୍ରା ପରିବେଷଣ କରୁଥିବା ବେଳେ ପ୍ରାୟ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାବେଶ ଏହି ଜାଗରମେଳାକୁ ଶୃଙ୍ଖଳିତ କରିବା ପାଇଁ ସବୁ ଦିଗରୁ ଦୃଷ୍ଟି ଦିଆଯାଇଛି ।

Exit mobile version