୫ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର

୧୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭାପୁର :- ନୟାଗଡ ଜିଲ୍ଲା ଭାପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୫ ଦଫା ଦାବିକୁ ନେଇ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ୫ ଟି ଅଧକ୍ଷଙ୍କ ଉଦ୍ଦେଶ୍ୟରେ ଭାପୁର ବ୍ଲକ ଗୋଷ୍ଠୀଶିକ୍ଷା ଅଧିକାରୀ ଶଙ୍କର୍ଷଣ ଷଡ଼ଙ୍ଗୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ୫- ଟିରେ ରୁପାନ୍ତିକରଣ କରିବା, ମଧ୍ୟାହ୍ନ ଭୋଜନ ବ୍ୟୟ ବରାଦ ବୃଦ୍ଧି କରିବା, ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍

ବ୍ୟବସ୍ଥାକୁ ଲାଗୁ କରିବା, ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ୍ ନିଯୁକ୍ତି ବାତିଲ କରି ନିୟମିତ ଶିକ୍ଷକ ନିଯୁକ୍ତି କରିବା । ଶିକ୍ଷା ସହାୟକ ୬ ବର୍ଷ କାଳକୁ ଇନକ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରାଯିବା ସହିତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ଦାବିରେ ଭାପୁର ଗୋଷ୍ଠୀଶିକ୍ଷା ଅଧିକାରୀଙ୍କ ଜରିଆରେ ରାଜ୍ୟ ୫- ଟି ଅଧକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Exit mobile version