କାୟାକଳ୍ପ ପକ୍ଷରୁ ଭାପୁର ସି ଏଚ ସି ପରିଦର୍ଶନ

୧୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭାପୁର :- ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାୟାକଳ୍ପର ଏକ ସ୍ୱତନ୍ତ୍ର ଦଳ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶନିବାର ଦିନ ପରିଦର୍ଶନରେ ଆସି ସ୍ୱାସ୍ଥ୍ୟକେନ୍ଦ୍ର ଅନୁଧ୍ୟ୍ୟନ କରି ଫେରିଛନ୍ତି l ଅନୁଧ୍ୟ୍ୟନ କାରି ଉକ୍ତ ଟିମରେ ବିଭାଗୀୟ ଯୁଗ୍ମ ନିର୍ଦେଶକ ନିରୋଦ କୁମାର ସାହୁ,ବିଭାଗୀୟ ରାଜ୍ୟ ପରାମର୍ଶ ଦାତା ଡା ସୌମ୍ୟକାନ୍ତ ମିଶ୍ର, ଆର ଏମ ଏମ ର ପରାମର୍ଶ ଦାତା ସରୋଜ କୁମାର ପାଣିଗ୍ରାହୀ ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରର ବାହ୍ୟ ଅନ୍ତଃ ପରିମଳ ବ୍ୟବସ୍ଥା, ନିରାମୟ କେନ୍ଦ୍ର,ଆବର୍ଜନା ମୁକ୍ତ ପରିଚାଳନା,ପରିସର ସ୍ୱଛତା, ରୋଗୀଶଯ୍ୟାଆଦି ସହ ଔଷଧ ମହଜୁଦ ସଂକ୍ରାନ୍ତୀୟ ତଥ୍ୟ ଓ ପରିଚାଳନା ଆଦି ସମ୍ପର୍କରେ ଅନୁଧ୍ୟାନ କରିଥିଲେ l ଭାପୁର ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା.ବିଶ୍ୱନାଥ ସାହୁ, ଡା ସତ୍ୟପ୍ରିୟ ସାହୁ, ଡା ପ୍ରଦୀପ କୁମାର ପାଇକରାୟ, ଡା ଫାନୀଭୂଷଣ ପଟନାୟକ, ଫାର୍ମାସିଷ୍ଟ ପ୍ରଦୀପ ବେହେରାଙ୍କ ସମେତ କେନ୍ଦ୍ର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅନୁଧ୍ୟାନ କାରି କର୍ମକର୍ତାଙ୍କୁ ସହଯୋଗ କରିଥିଲେ l

Exit mobile version