Home ଓଡ଼ିଶା ଖଙ୍ଗୁରିଆ ମଙ୍ଗଳା କପ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବୋଲଗଡ଼ :- ବୋଲଗଡ଼ ବ୍ଲକ ଅନ୍ତର୍ଗତ ଖଙ୍ଗୁରିଆ ଗ୍ରାମ ମା ମଙ୍ଗଳା କ୍ରିକେଟ କ୍ଲବ ଆନୁକୁଲ୍ୟରେ ଶନିବାର ଦିନ ସ୍ଥାନୀୟ ବଡତୋଟା ଖେଳ ପଡିଆ ଠାରେ ମା ମଙ୍ଗଳା କପ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ଏହି ଟୁର୍ଣାମେଣ୍ଟରେ ନିକଟର୍ବିତୀ ବିଭିନ୍ନ ବ୍ଲକର ୮ ଗୋଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଉଦ୍ଘାଟନ ଦିବସରେ ଦୁଇଟି କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ଅବ୍ହୋଆଦୁକ୍ଇଛି। ପ୍ରଥମ ମ୍ୟାଚରେ ନରେନ୍ଦ୍ରପୁର କ୍ରିକେଟ କ୍ଲବ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୧୦ ଓଭର ଖେଳି ୭ ଉଇକେଟ ବିନିମୟରେ ୧୧୦ ରନ୍ ସଂଗ୍ରହ କରିଥିଲା ଜବାବ ରେ କାଦୁଆ କ୍ରିକେଟ କ୍ଳବ୍ ୧୦ ଓଭର ଖେଳି ୬ ଉଈକେଟ ହରାଇ ୯୩ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା। ସେହିପରି ଦ୍ଵିତୀୟ ମ୍ୟାଚରେ ମର୍ଦ୍ଦରାଜପୁର କ୍ରିକେଟ କ୍ଲବ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୧୦ ଓଭର ଖେଳି ୯ ୟୁକେଟରେ ୬୬ ରନ କରିଥିଲା।ଜବାବରେ ଡେଙ୍ଗେରାଗୋଡ଼ି କ୍ରିକେଟ କ୍ଲବ ୯ ଓଭର ରେ ୬ ଉଇକେଟ ହରାଇ ଆବଶ୍ୟକ ୬୭ ରନ କରି ବିଜୟ ହୋଇଥିଲା। ଅମ୍ପେୟାର ଭାବେ ବବୁଲ ମହାନ୍ତି ଓ ସନ୍ତୋଷ ପରିଡା ମ୍ୟାଚ ପରିଚାଳନା କରିଥିଲେ। ଏହି ଉଦଘାଟନ ମ୍ୟାଚରେ ଅତିଥି ଭାବେ ସାମାଜିକକର୍ମୀ ନିରଂଜନ ନାୟକ ଓ ନିରଞ୍ଜନ ସୁବୁଦ୍ଧି ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସୁବାଷଚନ୍ଦ୍ର ବେହେରା, ଦିପୁ ମହାପାତ୍ର, ମିଥୁନ ସାମନ୍ତରାୟ, ପ୍ରଭଞ୍ଜନ ପରିଡ଼ା ପ୍ରମୁଖ ସଦସ୍ୟମାନେ ସହଯୋଗ କରିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ଦେଶ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026