ବାଲୁଗାଁରେ ଲୋକାର୍ପିତ ହେଲା ବହୁ ପ୍ରତିକ୍ଷୀତ ମାମୁଁ- ଭଣଜା ହିଲ ପାର୍କ ସମେତ ୫ଗୋଟି ପ୍ରକଳ୍ପ

୧୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବାଲୁଗାଁ :- ଦୀର୍ଘ ବହୁ ବର୍ଷ ହେଲା ବାଲୁଗାଁରେ ଏକ ପାର୍କ ନିର୍ମାଣ ନିମନ୍ତେ ଅଞ୍ଚଳବାସୀଙ୍କ ତରଫରୁ ଦାବୀ ହୋଇଆସୁଥିଲା l ତେବେ ବହୁ ପ୍ରତିକ୍ଷୀତ ଏହି ପାର୍କ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଶନିବାର ଐତିହାସିକ ମାମୁଁ ଭଣଜା ପାହାଡ଼ର ପାଦ ଦେଶରେ ଲୋକାର୍ପିତ ହୋଇଯାଇଛି l ଏହାର ନାମକରଣ ମାମୁଁ ଭଣଜା ହିଲ ପାର୍କ ଏବଂ ମୁକ୍ତlକାଶ ବ୍ୟାୟାମଶାଳା ରଖାଯାଇଛି l ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏବଂ ସମ୍ମାନିତ ଅତିଥି ଭାବେ ବାଲୁଗାଁ ନଗରପାଳିକା ସୁକାନ୍ତି ପାଇକରାୟ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ l ସରକାର ଙ୍କ ତରଫରୁ ରାଜ୍ୟରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଜାରି ରହିଛି, ବାଲୁଗାଁ ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳ ଏବଂ ମାଛ ବ୍ୟବସାୟ କେନ୍ଦ୍ର ହୋଇଥିବାରୁ ଏଠାରେ ଆଗକୁ ଆହୁରିବହୁମୁଖୀ ଯୋଜନା କାର୍ଯ୍ୟକାରୀ ନିମନ୍ତେ ପ୍ରସ୍ତାବ ରହିଛି ବୋଲି ସାଂସଦ ମଙ୍ଗରାଜ କହିଥିଲେ l ଆଉ ମଧ୍ୟ୍ୟ ସରଳlପଦର ୱାର୍ଡ 11 ରେ ମାମୁଭଣଜା ପାହାଡ଼ ପାଦଦେଶରେ ସ୍ୱଚ୍ଛ ଭାରତ ଶୌଚାଳୟ ଅଧକ୍ଷା ସୁକାନ୍ତି ପାଇକରାୟ ଶୁଭ ଉଦଘାଟନ କରିଥିଲେ l ଏହା ବ୍ୟତୀତ ଆହୁରି 3 ଗୋଟି ପ୍ରକଳ୍ପର ମାରାଥନ ଶୁଭ ଉଦଘାଟନ କରାଯାଇଥିଲା lପାର୍କ ସନ୍ନିକଟରେ ମୁକ୍ତାକାଶ ବ୍ୟୟାମ ଶାଳା, ଚିଲିକା କୂଳ ଠାରେ ପର୍ଯ୍ୟଟକ ଙ୍କ ନିମନ୍ତେ ପରିସ୍ରାଗାର, ଚିଲିକା କୂଳ ପାର୍ଶ୍ୱ ରେ ଚଲାପଥ ଏବଂ କୁକାକୁଣ୍ଢେଇ ନୂଆ ଗାଁ ମିଶନ ଶକ୍ତି ଗୃହ ଆଦି ପ୍ରକଳ୍ପ ଲୋକାର୍ପଣ ହୋଇଛି l ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ ପାଇକରାୟ, ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ଉପାଧ୍ୟକ୍ଷଭଗବାନ ପ୍ରଧାନ, ବିଧାୟକ ପ୍ରତିନିଧି ଜୟନ୍ତ ସ୍ୱାଇଁ, ସାଂସଦ ପ୍ରତିନିଧି ଅକ୍ଷୟ ରଣସିଂହ ଙ୍କ ସମେତ ସମସ୍ତ କାଉନସିଲର ବୃନ୍ଦ ଓ କର୍ମଚାରୀ ଉପସ୍ଥିତ ଥିଲେ l ସୂଚନା ଥାଉକି, ୫୧ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ଏହି ପାର୍କ ରେ ଶିଶୁ ମାନଙ୍କ ନିମନ୍ତେ ଦୋଳି, ଅନ୍ୟାନ୍ୟ ଖେଳ ସୁବିଧା କରାଯାଇଥିବା ବେଳେ ବୟସ୍କ ଙ୍କ ପାଇଁ ବ୍ୟୟାମ ସାମଗ୍ରୀ ଖଞ୍ଜା ଯାଇଛି lବିଭିନ୍ନ ପ୍ରକାର ଆଲୋକ ମାଳା ରେ ପାର୍କ କୁ ସଜ୍ଜିତ କରାଯାଇଛି l ପାହାଡ଼ ପାଦଦେଶରେ ଥିବା ବଡ ବଡ ପଥର ମାନଙ୍କରେ ସୁନ୍ଦର ଛବି ଓ କଳାକୃତି ଅଙ୍କନ କରାଯାଇଛି ଯାହାକି ପାର୍କ ର ସୌନ୍ଦର୍ଯ୍ୟ କୁ ଦ୍ବିଗୁଣିତ କରୁଛି l ଅଧ୍ୟାକ୍ଷ୍ୟାଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରିଛନ୍ତି l

Exit mobile version