ସଡ଼କ ଦୁର୍ଘଟଣାରେ ସ୍ବାମୀ ମୃତ,ସ୍ତ୍ରୀ ଗୁରୁତର !!

ସ୍ବାମୀ,ସ୍ତ୍ରୀ ରଣପୁର ଅଞ୍ଚଳର ହୋଇଥିବା ବେଳେ ସେମାନେ ଆଜି ଜଟଣୀ ଲୋକ କଲୋନୀ ସ୍ଥିତ ବନ୍ଧୁ ଘରକୁ ବିବାହ ଭୋଜିରେ ସାମିଲ ହେବାକୁ ଆସୁଥିଲେ ।

୧୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ :->  ଜଟଣୀ ହରିଭାଇନା ଛକରେ ଏକ ସଡ଼କ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଅଳ୍ପକେ ବଞ୍ଚିଯାଇଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ସ୍ବାମୀ,ସ୍ତ୍ରୀ ରଣପୁର ଅଞ୍ଚଳର ହୋଇଥିବା ବେଳେ ସେମାନେ ଆଜି ଜଟଣୀ ଲୋକ କଲୋନୀ ସ୍ଥିତ ବନ୍ଧୁ ଘରକୁ ବିବାହ ଭୋଜିରେ ସାମିଲ ହେବାକୁ ଆସୁଥିଲେ ।

ମଟର ସାଇକେଲରେ ଖୋର୍ଦ୍ଧା ପଟୁ ଆସୁଥିବା ସମୟରେ ହରିଭାଇନା ଛକ ଅତିକ୍ରମ କଲା ବେଳେ ପେଟ୍ରୋଲ ପମ୍ପ ସମ୍ମୁଖରେ ଡାହାଣ ପଟ ଡିଭାଇଡରରେ ଗାଡ଼ି ସହ ପିଟି ହୋଇ ସ୍ତ୍ରୀ ଗଳିପଡିଥିଲେ, ଆଉ ସ୍ବାମୀ ଛିଟିକି ପଡିଥିଲେ ଅପରପାର୍ଶ୍ବ ରାସ୍ତାକୁ। ଠିକ୍ ଏହି ସମୟରେ ସୀତାରାମ ଛକ ପଟୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଟ୍ରକ ଚକାତଳେ ପଡି ଯିବାରୁ ଚାପି ହୋଇ ମୃତ୍ୟ ଘଟଣା ସ୍ଥଳରେ ହୋଇଥିଲା।

ମୃତ ଜଣଙ୍କ ରଣପୁର ଅଞ୍ଚଳର ଅରୁଣ ନାହାକ(୪୫) ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଜଟଣୀ ପୋଲିସ ତତ୍ କ୍ଷଣାତ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଘଟଣା ସ୍ଥଳରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି।

Exit mobile version