ଅଠରାଙ୍ଗ ରେ ଅଷ୍ଟପ୍ରହର ନାମଯଜ୍ଞ

୧୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବେଗୁନିଆ  :->  ବେଗୁନିଆ ବ୍ଲକ ବୋତଳମା ପଞ୍ଚାୟତ ଅଠରାଙ୍ଗ ରେ ରଘୁନାଥ ଦେବ ପ୍ରାଙ୍ଗଣରେ ଅଷ୍ଟପ୍ରହର ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ଯମୁନା ବରଣାଦି କାର୍ଯ୍ୟ ସମାପନ କରାଗଲା। ବୁଧବାର ସକାଳେ ନାମ ମହାମନ୍ତ୍ର ଆରମ୍ଭ କରାଯାଇଥିଲା। ଏଥିରେ ଅଠାରଙ୍ଗ ବୋରିକ, ଆରିକିମା, ନଇରି, କଣ୍ଡରାସିଂହ, ଶଗଡଭଗା ଆଦି ଗ୍ରାମର ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଥିଲେ ଯଜ୍ଞ ମଣ୍ଡପକୁ ବିଭିନ୍ନ ରଙ୍ଗୀନ ଆଲୋକ ମାଳରେ ସୁସଜ୍ଜିତ କରାଯାଇଥିଲା। ନାମ ସଂକୀର୍ତ୍ତନ, ହରିବୋଲ, ହୁଲିହୁଲି ଶବ୍ଦ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ସନ୍ଧ୍ୟା ରେ ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବାକୁ ମିଳିଥିଲା। ଗୁରୁବାର ଦିନ ସକାଳେ ନାମ ଯଜ୍ଞ ଉଦଯାପନ କରାଯାଇ ନଗର କୀର୍ତ୍ତନ ଦହି ଖେଳ କରାଯାଇଥିଲା। ଅଠରାଙ୍ଗ ଗ୍ରାମର ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।ବେଗୁନିଆ ୧୬/୦୨ (ଏନ୍.ଏନ୍.ଏସ): ବେଗୁନିଆ ବ୍ଲକ ବୋତଳମା ପଞ୍ଚାୟତ ଅଠରାଙ୍ଗ ରେ ରଘୁନାଥ ଦେବ ପ୍ରାଙ୍ଗଣରେ ଅଷ୍ଟପ୍ରହର ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ଯମୁନା ବରଣାଦି କାର୍ଯ୍ୟ ସମାପନ କରାଗଲା। ବୁଧବାର ସକାଳେ ନାମ ମହାମନ୍ତ୍ର ଆରମ୍ଭ କରାଯାଇଥିଲା। ଏଥିରେ ଅଠାରଙ୍ଗ ବୋରିକ, ଆରିକିମା,

ନଇରି, କଣ୍ଡରାସିଂହ, ଶଗଡଭଗା ଆଦି ଗ୍ରାମର ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଥିଲେ ଯଜ୍ଞ ମଣ୍ଡପକୁ ବିଭିନ୍ନ ରଙ୍ଗୀନ ଆଲୋକ ମାଳରେ ସୁସଜ୍ଜିତ କରାଯାଇଥିଲା। ନାମ ସଂକୀର୍ତ୍ତନ, ହରିବୋଲ, ହୁଲିହୁଲି ଶବ୍ଦ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସନ୍ଧ୍ୟା ରେ ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବାକୁ ମିଳିଥିଲା। ଗୁରୁବାର ଦିନ ସକାଳେ ନାମ ଯଜ୍ଞ ଉଦଯାପନ କରାଯାଇ ନଗର କୀର୍ତ୍ତନ ଦହି ଖେଳ କରାଯାଇଥିଲା। ଅଠରାଙ୍ଗ ଗ୍ରାମର ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।

Exit mobile version