ମା : ରତ୍ନମାଳା କପ 2024 ଉଦଘାଟିତ

୧୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଓଡଗାଁ :->  ମଧୁସୂଦନ ଯୁବକସଂଘ ଖଳିପାଟଣା ଦ୍ଵାରା ଆୟୋଜୀତ ମା ରତ୍ନମାଳା କପ 2024 ସ୍ଥାନୀୟ ମାନପୁର ହାଇସ୍କୁଲ ପଡିଆ ଠାରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି | ଆଜିର ପ୍ରଥମ ଦିବସରେ ଷ୍ଟାର ଲେଙ୍କୁଡ଼ିପଡା କୁ ଏମ.ସି.ସି ନୟାଗଡ ଭେଟିଥିଲା | ତେବେ ଟଚ ଉଇନି ରେ ପ୍ରଥମେ ବ୍ୟାଟିଂ କରିଥିବାବେଳେ ୧୦ ଓଭରରେ ଅଲ ଆଉଟ ହୋଇଥିବା ବେଳେ ଏମ. ସି. ସି ନୟାଗଡ଼ ୧୩ ଓଭର ବିନିମୟରେ ଲେଙ୍କୁଡ଼ିପଡ଼ା ଠାରୁ ବିଜୟ ହାସଲ କରିଥିଲା |

ଆଜିର ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଲୋଚନ ଜେନା ଖାଳିପାଟଣା ଗ୍ରାମ ସଭାପତି ଯୋଗଦେଇ ଥିବା ବେଳେ ସନମାନିତ ଅତିଥିଭାବେ ପଞ୍ଚିରିଡ଼ାମାନପୁର ସରପଞ୍ଚ ଶ୍ରୀମତୀ ସୈଭାଗିନୀ ସାହୁ, ପଞ୍ଚିରିଡ଼ା ମାନପୁର ସେବା ସମବାୟ ସମିତି ସଭାପତି ପ୍ରଭାତ କୁମାର କର,

ମାନପୁର ଗ୍ରାମ କମିଟି ସଭାପତି ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜୟୀ ଏମ. ସି. ସି ନୟାଗଡ ଦଳକୁ ଟ୍ରଫି ପ୍ରଦାନ କରିଥିଲେ | ସେହିପରି ଅମ୍ପେଆର ଭାବେ ଆଲୋକ ପ୍ରଧାନ ଓ ସୁବ୍ରତ କୁମାର କର ମୈଦାନକୁ ଓଲ୍ଲୀ ଥିବା ବେଳେ ବୈକୁଣ୍ଠନାଥ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ | ସଂଘ ର ସଭାପତି ଅଜିତ କୁମାର ବେହେରା ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ | । ଖେଳ ପରିଚାଳନା କରିଥିଲେ ଅସିତ କୁମାର ପଟ୍ଟନାୟକ ଓ ଦିପେନ କୁମାର ସାହୁ ।

Exit mobile version