ଭାଣପୁର ଯାତ୍ରା ପଡ଼ିଆ ଠାରୁ ଡ୍ରେନର ଶୁଭାରମ୍ଭ ହେବାରୁ ଦୀର୍ଘ ଦିନର ସମସ୍ୟା ଦୂରହେଲା

୧୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ  :-> କଟକ ମହାନଗର ନିଗମ ୫୮ ନମ୍ବର ୱର୍ଡ଼ ଭାଣପୁର ଗ୍ରାମର ଯାତ୍ରା ପଡିଆ ଠାକୁର ଘର ଠାରୁ ତ୍ରିଲୋଚନ ପରିଡ଼ା ଘର ଏନ ଏଚ ପର୍ଯ୍ୟନ୍ତ ଡ୍ରେନର ନିର୍ମାଣ କାର୍ଯ୍ୟର ଆଜି ଶୁଭାରମ୍ଭ ହୋଇଛି । କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ,କଟକ ସଦର ବିଧାୟକ ,ସିଏମସି କମିଶନର, ମେୟରଙ୍କ ଉଦ୍ୟମ ଯୋଗୁଁ ,

ଦୀର୍ଘ ବର୍ଷ ଧରି ଉକ୍ତ ସାହିରେ ବର୍ଷା ଜଳ ଜମିରହି ସୃଷ୍ଟି କରୁଥିବା ମୁଖ୍ୟ ସମସ୍ୟା ଦୂର ହୋଇପାରିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗ୍ରାମବାସୀ ଙ୍କ ଉପସ୍ଥିତିରେ ଏହି ନିର୍ମାଣ କାର୍ଯ୍ୟର ଶୁଭ ଦିଆଯାଇ କାର୍ଯ୍ୟ ଆରମ୍ଭ ହୋଇଛି । ତ୍ରିଲୋଚନ ପରିଡ଼ା ,ମହେଶ୍ବର ଭଟ୍ଟ , ଶରତ ଚନ୍ଦ୍ର ଜେନା ,

ଗ୍ରାମ୍ୟ କମିଟିର ସଂପାଦକ ଦିଲିପ ନାୟକ, ପରମାନନ୍ଦ ଭଟ୍ଟ ,ପ୍ରଫୁଲ ଖଟୁଆ, ଗୋଲଖ ନାୟକ ,ସମାଜ ସେବୀ ପ୍ରତିଭା ଜେନା,ଝରଣା ରାଉତ ,ଭଗବାନ ଜେନା, ସନ୍ତୋଷ ନାୟକ , ସନାତନ ରାଉତ , ସୁକାନ୍ତ ଜେନା ପ୍ରମୁଖ ଗ୍ରାମର ଯୁବକ ଏବଂ ବ୍ୟୟଜ୍ୟେଷ୍ଠ ବ୍ୟକ୍ତି ଉପସ୍ଥିତି ରହିଥିଲେ ।

Exit mobile version