Home ଓଡ଼ିଶା ହରିଶଙ୍କର ଉତ୍ପାଦକ ସଂଘ ଦ୍ଵାରା ପ୍ରାମାଣିକ ବିହନ ଯୋଗଣ ର ଶୁଭାରମ୍ଭ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବଲାଙ୍ଗିର :- ହରିଶଙ୍କର ଉତ୍ପାଦକ ସଂଘ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ରେ ୩୦ କ୍ୟୁଣ୍ଟାଲ ପ୍ରମାଣିକ ହରଡ ବିହନ ଓଡ଼ିଶା ରାଜ୍ୟ ବିହନ ନିଗମ କୁ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମ କୁ ବଲାଙ୍ଗିର ବ୍ଳକ କୃଷି ଅଧିକାରୀ ଜଗବନ୍ଧୁ ପଟେଲ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ହରିଶଙ୍କର ଉତ୍ପାଦକ ସଂଘ ର କର୍ମକର୍ତ୍ତା ମାନେ ଯୋଗଦେଇ ଥିଲେ ।ହରଡ ଏକ ମରୁଡି ସହଣି ଫସଲ ଓ ବଲାଙ୍ଗିର ଜିଲ୍ଲା ଜଳବାୟୁ ରେ ହରଡ ଚାଷ ର ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ଶ୍ରୀ ପଟେଲ ମତବ୍ୟକ୍ତ କରିଥିଲେ । କ୍ରମାଗତ ଭାବରେ ହରଡ ସମର୍ଥନ ମୂଲ୍ୟ ସରକାର ଙ୍କ ଦ୍ବାରା ବୃଦ୍ଧି କରାଯାଉଥିବାରୁ ନିଜ ଢିପ ଜମି ରେ ସ୍ବଳ୍ପ ଖର୍ଚ ରେ ହରଡ ଚାଷ କରିବାକୁ କୃଷକ ମାନଙ୍କୁ ପ୍ରବର୍ତ୍ତାଇ ଥିଲେ । ସୂଚନା ଅନୁଯାୟୀ ଏ ବର୍ଷ କୃଷ ଓ କୃଷକସଶକ୍ତି କରଣ ବିଭାଗ ଓ ଆଇକାର୍ଡା ର ମିଳିତ ଉଦ୍ୟମ ରେ ଜିଲ୍ଲା ରେ ମୋଟ ୫୬୩ ହେକ୍ଟର ହରଡ ର ବିହନ ଉତ୍ପାଦନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ ବିଜୟ କୁମାର ଶତପଥି ସୂଚନା ଦେଇଛନ୍ତି ଯେ ଏହି ଖରିଫ ଋତୁରେ ବ୍ୟାପକ କୃଷି ଯୋଜନା ରେ ଅମରାବତୀ ଓ ଉଜ୍ଜଳା ଅଧିକ ଅମଳ କ୍ଷମ ପିଣ୍ଡ ବିହନ ଯୋଗାଇଦିଆଯାଇଥିବା ବେଳେ ପ୍ରକଳ୍ପ ତରଫରୁ ସମସ୍ତ ପ୍ରକାର ଜ୍ଞାନକୌଶଳଯୋଗାଇଦିଆଯାଇଥିଲା । Categories: ଓଡ଼ିଶା, ଦେଶ, ବଲାଙ୍ଗିର, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026