Home ଓଡ଼ିଶା ଯୋଗୀମୁଣ୍ଡା ରେ କଂଗ୍ରେସ ର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଶତାଧିକ କର୍ମୀ କଂଗ୍ରେସ ରେ ଯୋଗଦାନ । ପିସିସି ସଭ୍ୟ ଅନିଲ ଙ୍କ ଅଗ୍ନୀ ବର୍ଷି ଭାଷଣ ବିଜେପି ଓ ବିଜେଡି ସରକାର ଗରିବ ଲୋକଙ୍କ ପେଟେ ଲାଦ ମାରିବା ସରକାର ଏଠାରେ ତାମିଲ ରାଜ ଚଳିବ ନାଁହିଁ ୧୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ଯୋଗିମୁଣ୍ଡା ଗୋରୁ ବଜାର ଠାରେ କଂଗ୍ରେସ ପକ୍ଷରୁ ୧୫ ନମ୍ବର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି |ବିଧାୟକ ଆଶାୟୀ ପାର୍ଥି ଅନିଲ ମେହେର ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି ସମାବେଶ ରେ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଳେ |ପ୍ରଥମେ ଗାଁ ରେ ଏକ ଶୋଭାଯାତ୍ରା କରି ପରିକ୍ରମା କରିଥିଲେ |ପରେ ଅନୁଷ୍ଠିତ ସଭା ରେ ବିଜେଡି, ବିଜେପି ଦଳକୁ ଛାଡି କଂଗ୍ରେସ ରେ ସାମିଲ ହୋଇଥିଲେ ।କଂଗ୍ରେସ ର କର୍ମୀ ସମ୍ମିଳନରେ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକ ଙ୍କ ପେଟ ରେ ଲାଦ ମାରିବା ଉଭୟେ ସରକାର ଓ ୨୫ କେଜି ଚାଉଳ ଦେବା ପରିବର୍ତ୍ତେ ୫ କେଜି ଦେଉଛନ୍ତି ,୩୦ ବର୍ଷ ଶାସନ କାଳରେ ଆବାସ ଗୃହ ,ରାସନ୍ ,ଓ ଚାକିରି କ୍ଷେତ୍ର ମଧ୍ୟ ଲୋକେ ବଞ୍ଚିତ ହେଉଛନ୍ତି ବୋଲି କଂଗ୍ରେସ ପିସିସି ସଭ୍ୟ ଶ୍ରୀ ମେହେର ସଭାରେ ଉଦବୋଧନ ଦେଇଥିଲେ । କଂଗ୍ରେସ ସରକାର ଥିବା ବେଳେ ତିନି ତିନିଥର କୃଷି ଋଣ ଛାଡ଼ କରିଛନ୍ତି । ଅଞ୍ଚଳ ବିକାଶ ପାଇଁ ଆଗାମୀ ନିର୍ବାଚନ ରେ କଂଗ୍ରେସ କୁ ଜିତାଇବାକୁ ଆହ୍ୱ।ନ କରିଥିଲେ । ଏହି କର୍ମସମ୍ମଳନୀ ରେ ବିଜେପି ଓ ବିଜେଡ଼ି ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି ଏବଂ ବିଜେପି ନେତା ଅଶ୍ଵନୀ ବୈଷ୍ଣବ ଙ୍କୁ ବିଜେଡି ରାଜ୍ୟ ସଭା କୁ ମନୋନୀତ କରିଥିବା ରୁ ଏଠାରେ ସ୍ପଷ୍ଟ ହୋଇଛି । ଏଥିପାଇଁ ଆଜି ବିଜେଡି ବିଜେପି ଙ୍କୁ ବରକନ୍ୟା ବୋଲି ସଜାଇ ବାଜା ରୋଷଣୀ ସହ ମଞ୍ଚ ରେ ବାହା କରାଇଥିଲେ । ଏଥି୍ରେ ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ , ସାଧୁଚରଣ ମେହେର ,ରମେଶ ମେହେର ,ଜଳଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପାଟଣାଗଡ଼ ବ୍ଳକ କଂଗ୍ରେସ ସଭାପତି ପତିତପାବନ ପ୍ରଧାନ ସଭାପରିଚଳନା କରିଥିଲେ । Categories: ଓଡ଼ିଶା, ଦେଶ, ବଲାଙ୍ଗିର, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026