Home ଓଡ଼ିଶା ଗୋବିନ୍ଦପୁର ଗ୍ରାମରେ ହରଡ ମଣ୍ଡି ଉଦଘାଟିତ୍ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବଲାଙ୍ଗିର :- ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଗୋବିନ୍ଦପୁର ଠାରେ ଏକ ହରଡ ମଣ୍ଡି ଉଦଘାଟିତ ହୋଇଯାଇଛି । ଚଳିତ ବର୍ଷ ରେ ଖରିଫ ଋତୁରେ ବ୍ୟାପକ କୃଷି ଯୋଜନା ରେ ବଲାଙ୍ଗିର ଜିଲ୍ଲା ରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଆଇକାର୍ଡା ର ମିଳିତ ପ୍ରୟାସ ରେ ୫୬୩ ହେକ୍ଟର ଜମି ରେ ହରଡ ବିହନ ଉତ୍ପାଦକ ହାତକୁ ନିଆଯାଇଛି । ଏହି କ୍ରମ ରେ ଚଳିତ ବର୍ଷ ହରଡ ର ପ୍ରମାଣିକ ବିହନ ଉତ୍ପାଦକ ମାନଙ୍କ ଠାରୁ ସିଧା ସଳଖ ସରକାରଙ୍କ ଘୋଷିତ କ୍ୟୁଟାଲ ପ୍ରତି ୯ ହଜାର ଶହେ ଟଙ୍କା ସିଧାସଳଖ ମଣ୍ଡି ରେ କିଣି ପାରିବେ । ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲା ରେ ୧୪୦୦ କ୍ୟୁଣ୍ଟାଲ ର ପ୍ରମାଣିକ ବିହନ କ୍ରୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଜିଲ୍ଲା ବିହନ ପ୍ରମାଣିକ ଅଧିକାରୀ ମୋହିତ ରଣା ଙ୍କ ବଲାଙ୍ଗିର ଜିଲ୍ଲା ରେ ହରଡ ଚାଷ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ମତ ବ୍ୟକ୍ତ କରିଛନ୍ତି । ସରକାର ମଧ୍ୟ ପ୍ରତି ବର୍ଷ ହରଡ ପ୍ରମାଣିକ ବିହନ ର ସମର୍ଥନ ମୂଲ୍ୟ ବୃଦ୍ଧି ଜାରି ରଖିଛନ୍ତି । ଚଳିତ ବର୍ଷ ରେ ହରଡ ବଜାର ଚାହିଦା ବହୁମାତ୍ରା ରେ ବଢ଼ିଛି । ଏଣୁଚାଷି ଭାଇ ମାନଙ୍କୁ ନିଜଢିପ ଜମିରେ ହରଡ ବିହନ ଉତ୍ପାଦନ କରି ଲାଭ ବାନ ହେବା ପରେ ଶ୍ରୀ ରଣା ଚାଷି ମାନଙ୍କୁ ଅନୁରୋଧ କରିଛନ୍ତି । Categories: ଓଡ଼ିଶା, ଦେଶ, ବଲାଙ୍ଗିର, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026