୧୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୂଆଗାଁ :- ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁମି ପଞ୍ଚାୟତର ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟର ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦଇତାରୀ ବିଶ୍ଵାଳଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଛାତ୍ରଛାତ୍ରୀ ମାନେ ସଦାସର୍ବଦା ପିତା ମାତା ଙ୍କୁ ସମ୍ମାନ ଦେବା ସହିତ ନିଜ ମାଟି ଓ ନିଜ ପରିବେଶକୁ ଯିଏ ଭଲ ପାଇଛି ତା ଜୀବନରେ ସୁଧାର ଆସିଛି ବୋଲି
ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ସ୍ଥାନୀୟ ସରପଞ୍ଚ ବବୃ ମହାରଣା, ଡି ଡବ୍ଲ୍ୟୁ ଇ ଓ ଦୟାନିଧି ନାୟକ, ଏ ଡବ୍ଲ୍ୟୁ ଇ ଓ ଚିତ୍ତରଞ୍ଜନ ବେହେରା, ଡବ୍ଲ୍ୟୁ ଇ ଓ ଜଗେଶ୍ୱର ନାୟକ, ବିଦ୍ୟାଳୟ ଶିକ୍ଷା କମିଟିର ସଭାପତି ପ୍ରମୁଖ ଯୋଗ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶରତ କୁମାର ସାହୁ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ସଫଳତା ପାଇଥିବା ପ୍ରତିଯୋଗୀଙ୍କୁ ଟ୍ରଫି ସହ ସାର୍ଟିଫିକେଟ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

