ବସନ୍ତ ପଞ୍ଚମୀ, ମା’ ବାଗ୍‌ଦେବୀଙ୍କ ପୂଜା କରୁଛନ୍ତି ଛାତ୍ରଛାତ୍ରୀ

୪ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ରଣପୁର :-> ବସନ୍ତ ପଞ୍ଚମୀ |ମା’ ବାଗଦେବୀଙ୍କ ପୂଜା | ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳନ ହୁଏ ସରସ୍ବତୀ ପୂଜା | ଏହି ଅବସରରେ ଶିକ୍ଷାନୁଷ୍ଠାନରେ ବିଦ୍ୟା ପ୍ରାପ୍ତି ନିମନ୍ତେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ସରସ୍ବତୀଙ୍କ ପୂଜା କରାଯାଏ | ଏଥିପାଇଁ ଗାଁ ଠୁ ସହର ସମସ୍ତ ସ୍ଥାନ ଉତ୍ସବ ମୁଖର ହୋଇ ଉଠିଛି |

ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀମାନେ ପୂଜାମଣ୍ଡପକୁ ଅତି ସୁନ୍ଦର ଭାବେ ସଜାଇ ମାଙ୍କ ଆରାଧନା କରୁଥିବା ଦେଖିବାକୁ ମିଳିଥିଲା | ସେହିପରି ବିଭିନ୍ନ ସାହି, ଗାଁ, କ୍ଲବ ଦ୍ୱାରା ମଧ୍ୟ ଏହି ପୂଜାକୁ ବହୁ ଆଡମ୍ବର ଭାବେ ପାଳନ କରୁଥିବା ଦେଖିବାକୁ ମିଳିଥିଲା |

ଏହି ଅଵସରରେ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଏହି ପୂଜା ଧୂମାଧାମ ସହ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଛି | ଏଥିରେ ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁଙ୍କ ସମେତ ପରିଚାଳନା କମିଟି ଓ ଗ୍ରାମବାସୀ ସହଯୋଗ କରିଥିଲେ |

 

ବିଦ୍ୟାଳୟର କୁନିକୁନି ପିଲାମାନେ ମା ସରସ୍ବତୀଙ୍କ ମେଢ଼କୁ ଶାଢ଼ୀ, ଆମ୍ବ ତୋରଣ ଓ ରଙ୍ଗୀନ କାଗଜରେ ଅତି ଆକାର୍ଷଣୀୟ ଭାବେ ସଜାଇ ଥିଲେ | ସେହିପରି ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଗୌରାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବରମୂଳ ଗ୍ରାମ ପଞ୍ଚାୟତ ବିଦ୍ୟାଳୟ, ପିମ୍ପଲ ନୋଡାଲ ଉଚ୍ଚ ବିଦ୍ୟାଳୟ, ହରିପୁର ପ୍ରାଥମିକ ବିଦ୍ୟାଳୟ,

ବିଲଗାଡ଼ିଆ ପ୍ରାଥମିକ ବିଦ୍ୟାଳୟ, ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟ, ବ୍ରଜବଲଭପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନାଟିମି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାମନ୍ତରାପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ହଂସାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ, ଖଣ୍ଡିଆବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,

କଳିଙ୍ଗ ଲୋଟସ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଚାରିଅଟ ପବ୍ଲିକ ସ୍କୁଲ ସମେତ ବ୍ଲକର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟଗୁଡିକରେ ମା’ ବିଦ୍ୟାଦାତ୍ରୀଙ୍କ ପୂଜା ବହୁ ଆଡମ୍ବର ଭାବେ ପାଳିତ ହୋଇ ଯାଇଛି |

Exit mobile version