ଡା. ସମ୍ବିତ ପାତ୍ରଙ୍କ ଉଦ୍ୟମରେ ପଞ୍ଚାୟତରେ ପ୍ରତିଷ୍ଠା ହେଲା ନୂତନ ଡାକଘର

୪ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଓଡଗାଁ :-> ରଣପୁର ନିର୍ବାଚନ ମଣ୍ଡଳୀ ଓଡଗାଁ ବ୍ଲକ ଅନ୍ତର୍ଗତ ଗୋଡିପଲ୍ଲୀ ପଞ୍ଚାୟତ ପରିସରରେ ବୁଧବାର ଦିନ ନୂତନ ଡାକଘର ଉଦଘାଟିତ ହୋଇଯାଇଛି | ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଡା. ସମ୍ବିତ ପାତ୍ର, ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ,ପୋଷ୍ଟଅଫିସ ସୁପରିଟେଣ୍ଡେ ଖଗେଶ୍ୱର ମଲ୍ଲିକ,

ଗୋଡିପଲ୍ଲୀ ସରପଞ୍ଚ ଶ୍ରୀମତୀ ଶିବାନୀ ସାହୁ, ପୂର୍ବତନ ସରପଞ୍ଚ ଲିଙ୍ଗରାଜ ପାତ୍ର,ଶିଖରପୁରୁ ସରପଞ୍ଚ ସନ୍ୟାସୀ ପ୍ରଧାନ, ପୋଷ୍ଟାଲ ସର୍ଭିସ ଡିରେକ୍ଟର କେ ସନ୍ତୋଷ ନେହେତାଙ୍କ ଦ୍ଵାରା ନୂତନ ଡାକଘର କାର୍ଯ୍ୟାଳୟ ଓ ଆଧାର କେନ୍ଦ୍ରର ଶୁଭଉଦଘାଟନ ହୋଇଛି |

ସେହି ଅଞ୍ଚଳର ଲୋକମାନେ କିଭଳି ଡାକସେବା ପାଇପାରିବେ ସେ ନେଇ ଦୀର୍ଘଦିନରୁ ଆଶା ଆକାଂକ୍ଷା ରହିଥିବା ବେଳେ ପଞ୍ଚାୟତର ପୂର୍ବତନ ସରପଞ୍ଚ ଲିଙ୍ଗରାଜ ପାତ୍ର ଓ ଗ୍ରାମର ସମସ୍ତ ଜନସାଧାରଣ ଏ ବିଷୟରେ ଏକ ଦାବି ପାତ୍ର ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୟ ପ୍ରବକ୍ତା ଡା. ସମ୍ବିତ ପାତ୍ରଙ୍କୁ ପ୍ରଦାନ କରିଥିଲେ |

ପରେ ଡା. ସମ୍ବିତ ପାତ୍ର ଏହାକୁ ଗୁରୁତର ସହ ନେଇ ଏହିବିଷୟରେ ରେଳମନ୍ତ୍ରି ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ପୋଷ୍ଟ ଅଫିସ ଖୋଲିବା ପାଇଁ ଅନୁରୋଧ କରିଥିଲେ | ଉଦଘାଟନି ଦିବସରେ ସୁକନ୍ୟା ସମୃଦ୍ଧି ଯୋଜନା, ମହିଳା ସମୃଦ୍ଧି ଯୋଜନା,ଏବଂ ଜୀବନବିମା ଯୋଜନାରେ ଅନେକ ହିତାଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା କରାଯିବା ସହ ସେମାନଙ୍କ ଆକାଉଣ୍ଟ ଖାତା ପ୍ରଦାନ କରାଯାଇଥିଲା |

ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ଙ୍କୁ ସମ୍ବର୍ଦ୍ଧିତ କରିବା ସହତ ନୂତନ ଡାକଘର ଖୋଲିବା ପରେ ରେଳ ମନ୍ତ୍ର ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କେନ୍ଦ୍ର ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ | ଗୋଡିପଲ୍ଲୀ ପଞ୍ଚାୟତ ସମେତ ନିକଟସ୍ଥ ଗ୍ରାମର ଲୋକମାନେ ଡକାସେବାର ସୁବିଧା ପାଇପାରିବେ ବୋଲି ଡା.ସମ୍ବିତ ପାତ୍ର ନିଜ ପ୍ରତିକ୍ରିୟା ରଖିଥିଲେ |

Exit mobile version