ସ୍ଵାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ କୁ ନେଇ “ମା” ପୁଅ କୁ ଜୋର ଜବରଦସ୍ତ ଅପହରଣ ଉଦ୍ୟମ ସାହି ବାସିନ୍ଦା ଙ୍କ ବିରୋଧ ଯୋଗୁଁ ମା ର ପୁଅ କୁ ଅପହରଣ ଉଦ୍ୟମ ପଣ୍ଡ

୪ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୟାଗଡ଼ :-> ପାରିବାରିକ କଳହ ରୁ ସ୍ଵାମୀ ସ୍ତ୍ରୀ ମନାନ୍ତର ହୋଇ ସ୍ତ୍ରୀ ବାପଘରେ ରହୁଥିବା ବେଳେ ସପ୍ତମ ଶ୍ରେଣୀ ରେ ପଢୁଥିବା ପୁଅ ଶୁଭମ୍ କୁମାର ସାହୁ ବୟସ ପ୍ରାୟ ୧୩ ବର୍ଷ ନିଜ ବାପା ପ୍ରମୋଦ କୁମାର ସାହୁ ଙ୍କ ପାଖରେ ରହୁଛି। ଵାପ ପାଖରେ ରହିଆସୁଥିବା ପୁଅ କୁ ପୁଅର ଅନିଚ୍ଛା ସତ୍ତ୍ବେ ବଳପୂର୍ବକ ଅପହରଣ କରି ନେବାକୁ ଉଦ୍ୟମ କରୁଥିବା ମା କୁ ଅଟକାଇଲେ ଗ୍ରାମବାସୀ। ଏମିତି ଏକ ଘଟଣା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ଫାଣ୍ଡି ଅଧିନସ୍ତ ବାହାଡ଼ାଝୋଲା ଗ୍ରାମର ବଡସାହିରେ ଦେଖିବାକୁ ମିଳିଥିଲା।

ଘଟଣା ସ୍ଥଳରେ ଉପସ୍ଥିତ ଗ୍ରାମବାସୀ ଏବଂ ସାହିବାସିନ୍ଦା ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଦଶହରା ଦିନ ଜନୈକା ମହିଳା ଜଣଙ୍କ ଘରେ ଗଣ୍ଡଗୋଳ କରି ସ୍ଵାମୀ ପ୍ରମୋଦ କୁମାର ସାହୁ (ଯେ କି ଜଣେ ପଥର ମୂର୍ତ୍ତି କାରିଗର) ଓ ପୁଅ ଶୁଭମ୍ କୁ ଛାଡ଼ି ନିଜ ବାପଘର କୁ ଚାଲଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ । ହେଲେ ରବିବାର ତା ୧୧/୨/୨୦୨୪ ରିଖ ଦିନ

ଉକ୍ତ ମହିଳା ନିଜ ମା ଙ୍କ ସହିତ ବାହାଡ଼ାଝୋଲା ବଡ଼ସାହି ସ୍ଥିତ ସ୍ଵାମୀ ପ୍ରମୋଦ କୁମାର ସାହୁ ଙ୍କ ପୈତୃକ ଗୃହ ରେ ପହଞ୍ଚି ବାପ ପାଖରେ ରହିଆସୁଥିବା ପୁଅ ଶୁଭମ୍ କୁ ତାର ଅନିଚ୍ଛା ସତ୍ତ୍ବେ ଜୋର ଜବରଦସ୍ତ ଅପହରଣ କରି ନିଜ ସହିତ ନେଇଯିବା ପାଇଁ ଉଦ୍ୟମ କରୁଥିବା ବେଳେ ସାହି ବାସିନ୍ଦା ଙ୍କ ହାବୁଡ଼ରେ ପଡ଼ିଥିଲେ,ଫଳରେ ପୁଅର ଅନିଚ୍ଛା ସତ୍ତ୍ବେ,ମା ପୁଅକୁ ଅପହରଣ କରିବା ଯୋଜନା ପଣ୍ଡ ହୋଇଯାଇଥିଲା।

ସାହି ବାସିନ୍ଦା ଙ୍କ ବିରୋଧ ଯୋଗୁଁ ପୁଅ କୁ ଅପହରଣ କରି ନେବାରେ ବିଫଳ ହେବା ପରେ, ଜୋର ଜବରଦସ୍ତ ପୁଅ କୁ ଅପହରଣ କରି ନେବାକୁ ଆସିଥିବା ଶୁଭମ୍ ର ମା ଓ ଆଈ ଘଟଣା ସ୍ଥଳ ରୁ ଚଞ୍ଚକତା କରି ଫେରାର ହୋଇଯାଇଥିଲେ। ପୁଅ ଶୁଭମ୍ ର କହିବା କଥା ମା ପାଖରେ ସିଏ ନିଜକୁ ସୁରକ୍ଷିତ ମନେ କରୁନଥିବାରୁ ନିଜ ବାପା ପ୍ରମୋଦ କୁମାର ସାହୁ ଙ୍କ ପାଖରେ ରହିବାକୁ ଚାହୁଁଛି,ହେଲେ ମା ତାକୁ ବଳ ପୂର୍ବକ ନେଇଯିବାକୁ ଉଦ୍ୟମ କରୁଥିବା ନେଇ ପୁଅ ଶୁଭମ୍ କୁମାର ସାହୁ ଅଭିଯୋଗ କରିଛି।

ଘଟଣାଟି ବାହାଡ଼ାଝୋଲା ଫାଣ୍ଡି ଅଞ୍ଚଳର ହୋଇଥିବା ବେଳେ ଫାଣ୍ଡି ରେ କୌଣସି ପକ୍ଷରୁ ଏଥିନେଇ ଅଭିଯୋଗ ହୋଇନଥିବା ଜାଣିବାକୁ ମିଳିଛି। ପୁଅ ଶୁଭମ୍ ର ଅନିଚ୍ଛା ସତ୍ତ୍ବେ ଜୋର ଜବରଦସ୍ତ ନିଜ ସାଙ୍ଗରେ ନେଇଯିବାକୁ ଉଦ୍ୟମ କରିଥିବା ମହିଳା ଜଣକ ବାହାଡ଼ାଝୋଲା ଫାଣ୍ଡି ଅଧିନସ୍ତ ବେରୁଆଁବାରି ଗ୍ରାମର ବୋଲି ଜାଣିବାକୁ ମିଳିଛି।

Exit mobile version