ରାଜ ସୁନାଖଳାରେ ପ୍ରଥମ “ପୁସ୍ତକ ଓ ପଲିଶ୍ରୀ ମେଳା” ଉଦଘାଟିତ

୪ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ରଣପୁର:-> ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ବ୍ୟବସାୟୀକ ପେଣ୍ଠ ସ୍ଥଳୀ ଭାବେ ପରିଚିତ ରାଜ ସୁନାଖଳା କୁମ୍ଭାରୀ ଛକରୁ କାସନ୍ଦା ଆଡକୁ ଯିବା ରାସ୍ତାରେ , ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ନିକଟ, ଯାତ୍ରା ପଡ଼ିଆରେ ସ୍ଥାନୀୟ କଳା, ସାହିତ୍ୟ, ସଂସ୍କୃତିକୁ ଉଦଜୀବିତ କରି ରଖିବା ଓ ସନ୍ଥ କବି ଭକ୍ତ ଚରଣ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ମଙ୍ଗଳବାର ୧୩/୨/୨୪ ତାରିଖ ରୁ ଆରମ୍ଭ ହୋଇ ତା ୧୭/୨/୨୪ ପର୍ଯ୍ୟନ୍ତ “ସନ୍ଥ ଭକ୍ତ ଚରଣ ପୁସ୍ତକ ଓ ପଲିଶ୍ରି ମେଳା” ଚାଲୁ ରହିବା ପାଇଁ ସ୍ଥିର କରା ଯାଇଛି।

ପ୍ରଥମ ଦିନର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ , ମୁଖ୍ୟ ବକ୍ତା ଭାବେ ସମାଜ ସେବୀ ସାନପଦର ଗ୍ରାମର ଶ୍ରୀକାନ୍ତ ନାୟକ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଉପଦେଷ୍ଟା ଦୂର୍ଗା ପ୍ରସାଦ ସାମନ୍ତରାୟ, ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ରାଉତରାୟ ପ୍ରମୁଖ ଯୋଗଦେଇ ଥିବା ବେଳେ କମିଟିର ସଭାପତି ତଥା ରାଜସୁନାଖଳା ପଂଚାୟତର ଯୁବ ସରପଂଚ ଚିତ୍ତରଞ୍ଜନ ପ୍ରଧାନ ସଭାପତିତ୍ବ କରିଥିଲେ ।

ସଭା ପୁର୍ବରୁ ଆଖ ପାଖ ଅଞ୍ଚଳରୁ କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ପ୍ରଦର୍ଶନ କରଯାଇଥିଲା ଓ ସେମାନଙ୍କୁ କମିଟି ତରଫରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଉଚ୍ଚ କୋଟୀର ନୃତ୍ୟ ଦର୍ଶକ ମାନଙ୍କ ମନ ମୋହିତ କରି ଥିଲା। ଉପସ୍ଥିତ ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ଧୂପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ସାମ୍ବାଦିକ ଜୟେନ୍ଦ୍ର ବେହେରା ଓ କମିଟିର ଉପ ସଭାପତି ବଲଭ ପ୍ରଧାନ ମଂଚ ପରିଚାଳନା କରିବା ସହ ଜୟେନ୍ଦ୍ର ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଭା ଆରମ୍ଭରୁ ଉତ୍କଳ ସଙ୍ଗୀତ ଗାନ କରାଯାଇ ଥିଲା।

ଆବାହକ ବିଶ୍ଵନାଥ ବରାଳଙ୍କ ତତ୍ତ୍ୱାବଧାନରେ ରାଜ ସୁନାଖଳାର ବିନାୟକ ଯୁବକ ସଂଘ ଓ ବେଢାକାଳିକା ଯୁବକ ସଂଘ ର ସଦସ୍ୟ ମାନଙ୍କ ମିଳିତ ସହଯୋଗରେ ସନ୍ଥ ଭକ୍ତଚରଣ ପୁସ୍ତକ ଓ ପଲିଶ୍ରୀ ମେଳା ମାତ୍ର ଏକ ମାସର ଚିନ୍ତା ଧାରାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ସଂପାଦକୀୟ ବିବରଣୀ ରେ କମିଟିର ସଂପାଦକ ସୂର୍ଯ୍ୟକାନ୍ତ ମିଶ୍ର ଆଲୋକ ପାତ କରିଥିଲେ। ସହ ସଂପାଦକ ପ୍ରଭାତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନ, ସହ କୋଷାଧ୍ୟକ୍ଷ ବଳରାମ ମଲ୍ଲିକ ଓ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ବିଭିନ୍ନ ପ୍ରକାରର ଖାଦ୍ୟ ଷ୍ଟଲ, ମିନା ବଜାର, ପୁସ୍ତକ ଷ୍ଟଲ ଓ ଅନ୍ୟାନ୍ୟ ଦୋକାନ ଗୁଡ଼ିକ ପଲିଶ୍ରୀ ମେଳାର ସୌନ୍ଦର୍ଯ୍ୟ ବୃଦ୍ଧି କରିଥିବା ଜଣା ପଡିଛି। ଅତିଥି ମାନେ ଏହି ପୁସ୍ତକ ଓ ପଲିଶ୍ରୀ ମେଳାର ଉତ୍ତୋରୁତ୍ତର ଉନ୍ନତୀ କାମନା କରିବା ସହ ଆୟୋଜକ ମାନଙ୍କୁ ଅହେତୁକ ପ୍ରସଂଶା କରିଥିଲେ । ସାମ୍ବାଦିକ ବିନୋଦ କୁମାର ସାହୁ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର କର୍ମୀ ମାନଙ୍କୁ ଉତ୍ତରୀୟ ଓ ମେମୋରେଣ୍ଡମ ଦେଇ ସମ୍ମାନିତ କରାଯାଇଥିଲା। ପ୍ରଥମ ଦିନରେ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ଜନ ସମାଗମ ଦେଖିବାକୁ ମିଳିଥିଲା। ଆଗମୀ ଦିନରେ ଅଧିକରୁ ଅଧିକ ଜନ ସମାଗମ ପାଇଁ ଲକ୍ଷ୍ୟ ରଖା ଯାଇଛି।

Exit mobile version