ସବଳପୁର ପାର୍ବତୀଙ୍କ ପୀଠରେ ବିଶ୍ୱ ଶାନ୍ତି ମହାଯଞ ଆରମ୍ଭ

୧୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) କଟକ :-> କଟକ ସଦରଥାନା ଅନ୍ତର୍ଗତ ଆମଣ ପଞ୍ଚାୟତର ସବଳପୁର ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା’ ପାର୍ବତୀଙ୍କ ପୀଠ ସ୍ଥଳୀରେ ମଙ୍ଗଳବାର ଠାରୁ ବାର୍ଷିକ ବିଶ୍ୱ ଶାନ୍ତି ମହାଯଞ ଆରମ୍ଭ ହୋଇଛି । ଏହା ମାଘ ସପ୍ତମୀ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ । ଏହି ଉପଲକ୍ଷେ ଗ୍ରାମର ମହିଳା ଏବଂ ପୁରୁଷ ଶ୍ରଦ୍ଧାଳୁ ମାନେ ବିଶ୍ୱାଳପଡା ଗ୍ରାମର ପ୍ରସିଦ୍ଧ ଶୈବପୀଠ ଗ୍ରାମେଶ୍ୱର ମହାଦେବଙ୍କ ପୁଷ୍କରିଣୀ ଠାରେ ଏକତ୍ରିତ ହୋଇଥିଲେ ।

ସେଠାରେ ପୂଜକ ପୂଜା ପାଠ କରିସାରିବା ପରେ ଶ୍ରଦ୍ଧାଳୁ ମାନେ କଳସ ବୁଡାଇଥିଲେ । ଗ୍ରାମେଶ୍ୱରଙ୍କ ପୀଠରୂ ବାଜା ବାଣ ରୋଷଣୀ କରି ଶ୍ରଦ୍ଧାଳୁ ମାନେ କଳସ ଧରି ବିରାଟ ଶୋଭାଯାତ୍ରାରେ ଆସି ପାର୍ବତୀଙ୍କ ପୀଠରେ ଥିବା ଯଞ ମଣ୍ଡପରେ ପହଞ୍ଚି ଥିଲେ । ଅଗ୍ନି ସ୍ଥାପନ , ଯଞ ଆରମ୍ଭ ହୋଇଛି ।

ଶୁକ୍ରବାର ସନ୍ଧ୍ୟାରେ ଯଞର ପୂର୍ଣ୍ଣାହୁତି ଦିଆଯାଇ ଯଞ କାର୍ଯ୍ୟ ସମାପନ କରାଯିବ । ଏଥିରେ ଗ୍ରାମର ସମସ୍ତ ଯୁବକ ଏବଂ ଗ୍ରାମବାସୀ ମାନେ ଯଞ କାର୍ଯ୍ୟରେ ଲାଗି ପଡିଛନ୍ତି । ଯଞ ଆରମ୍ଭ ହୋଇଥିବାରୁ ଗ୍ରାମରେ ଆମିଶ ଭୋଜନକୁ ବାରଣ କରାଯାଇଛି । ପ୍ରତିଦିନ ଶ୍ରଦ୍ଧାଳୁଙ୍କ ପାଇଁ ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା କରାଯାଇଛି ।

Exit mobile version