କୁଅ ରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର ଘଟଣା । ହତ୍ୟାକାରୀ ଙ୍କୁ ତୁରନ୍ତ ଗିରଫ ଦାବି କଲା ଆଦିବାସୀ କଲ୍ୟାଣ ସଂଘ

ଦୁଇ ଦିନ ମଧ୍ୟରେ ହତ୍ୟାକାରୀ ଙ୍କୁ ଗରିଫ ନ କଲେ ଥାନା ଘେରାଉ କରିବାକୁ ଚେତାବନୀ ।

୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ପାଟଣାଗଡ଼ :-> ପାଟଣାଗଡ଼ ବ୍ଳକ ଲରମ୍ଭା ଥାନା ଅନ୍ତର୍ଗତ ଫୁଟାମୁଣ୍ଡା ଗାଁ ର ଏକ କୂଅ ରୁ ଉଜ୍ଜଳ ବରିହା ଙ୍କ ମୃତ ଦେ‌ହ ଉଦ୍ଧାର ହୋଇଥିଲା ।ଉଜ୍ଜଳ ଙ୍କୁ ହତ୍ୟା କରିବା ପରେ କୂଅ ରେ ଫିଙ୍ଗି ଦେଇଥିବା ନେଇ ମୃତ ଙ୍କ ସ୍ତ୍ରୀ ଥାନା ରେ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣା ଟି ର ତିନିଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହା ରହସ୍ୟ ଘେ୍ରରେ ଥିବା ବେଳେ ଏନେଇ ପୁଲିସ ଖୋଲତାଲ କରୁଛି ।

ତେବେ ଏ‌ହି ପରିପ୍ରେକ୍ଷିରେ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ଶାଖାର ଯୁଗ୍ମ ସଂପାଦକ ଗିରିରାଜ ଭୋଇ ଙ୍କ ନେତୃତ୍ବରେ କର୍ମକର୍ତ୍ତା ମାନେ ପ୍ରଥମେ ମୃତକ ଙ୍କ ପରିବାର ବର୍ଗ ଙ୍କୁ ଭେଟି ସ୍ବାନ୍ତନା ଦେବା ସହ ଘଟଣା ସମ୍ପର୍କ ରେ ପଚାରି ବୁଝିଥିଲେ । ଏହା ପରେ ସେମାନେ ଥାନା କୁ ଯାଇ ଥାନା ଅଧିକାରୀ ମନୋଜ ପ୍ରଧାନ ଙ୍କ ସହ ଘଟଣା‌ ସମ୍ପର୍କରେ ଆଲୋଚନା କରିଥିଲେ ।ଏପରିକି ମୃତକଙ୍କ ସ୍ତ୍ରୀ ମହନୀ ବରିହା ତାଙ୍କ ସ୍ବାମୀ ସ‌ହିତ ଯାଇଥିବା କିଛି ଲୋକ ଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏପର୍ଯନ୍ତ ନିରବଦ୍ରଷ୍ଟା ହେତୁ କ୍ଷୋଭ ପ୍ରକାଶ କରିଥିଲେ ।

ତେବେ ଆସନ୍ତା ଦୁଇଦିନ ମଧ୍ୟରେ ହତ୍ୟାକାରୀକୁ ଗିରଫ ନକଲେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଲରମ୍ଭା ଥାନା ଘେରିବ ବୋଲି ସଂଘର ଯୁଗ୍ମ ସଂପାଦକ ଶ୍ରୀ ଭୋଇ ଙ୍କ ଜଣାପଡିଛି । ଏଥିରେ ସଂଘ ର ଗୌରାଙ୍ଗ ବରିହା ,ହୃଷିକେଶ ଭୋଇ , ଚନ୍ଦ୍ରମଣି ବାଗ , ଝସକେତନ ଧରୁଆ ,ରଞ୍ଜିତ ବରି‌ହା , ଆଲୋକ ବୁଡେକ ,ଜଳ ଧରୁଆ ,ସ‌‌ହଦେବ ଧରୁଆ ,ସାନଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version