ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନୋତର, ନଯାଗଡ଼ରେ ଆଇନ ସଚେତନତା  କାର୍ଯ୍ୟକ୍ରମ

୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ନୟାଗଡ :-> ଜିଲ୍ଲା ଦୌରାଜଜ ତଥା ଅଧ୍ୟକ୍ଷ  ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ପରାମର୍ଶ କ୍ରମେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଆଇନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଅଧ୍ୟକ୍ଷା ଶ୍ରୀମତୀ ଜୋଶ୍ନା ନାୟକ ଅତିଥି ସ୍ଵାଗତ ଏବଂ  ପରିଚୟ  ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ  ବିଚାରପତି  ଶ୍ରୀଯୁକ୍ତ ବିଶେଷ କୁମାର ସାହୁ ପୋସ୍କୋ ନିୟମ ,

ସାଇବର ସୁରକ୍ଷ୍ୟା , ପୀଡ଼ିତ କ୍ଷତି ପୂରଣ ତଥା ଭିଡିଓ  କନଫରେନ୍ସ ଅଧିନିୟମ ଇତ୍ୟାଦି ଉପରେ ବକ୍ତବ୍ୟ ରଖିଥିଲେ ।  ପାୱାର ପଏଣ୍ଟ  ମଧ୍ୟମରେ ସଚିବ ଉପସ୍ଥାପନ କରୁଥିବା ବେଳେ ଛାତ୍ରଛତ୍ରୀମାନଙ୍କ  ବିପୁଳ ସହଭାଗିତା ଦେଖିବାକୁ ମିଳିଥିଲା । ସଦସ୍ୟ ମହମ୍ମଦ ଓମର ମାଲ୍ଲିକ ଭାରତୀୟ ସଂସକୃତିର   ମହାନତା ଓ ଜାତୀୟତା ଏବଂ ଉତ୍ତମ ସାମାଜିକ ପରିବେଶ ଉପରେ ତଥ୍ୟ ରଖିଥିଲେ ।

 ଶିକ୍ଷକ ଓ ଶିକ୍ଷତ୍ରୀ  ମାନଙ୍କ ଯତ୍ନ ଏବଂ ଅନ୍ୟାନ୍ୟ  ସୁବିଧା ସୁଯୋଗର ସୁଉପଯୋଗ ପାଇଁ ସଚିବ ପରାମର୍ଶ ଦେଇଥିଲେ । ଗତବର୍ଷ ଏହି ବିଦ୍ୟାଳୟର ଛାତ୍ରୀ ଓଡ଼ିଶା ରେ ପ୍ରଥମ ହେବାସହ , ବିଦ୍ୟାଳୟ ଶ୍ରେଷ୍ଠତା ଅର୍ଜନ କରିଥିଲା ।  ପ୍ରାୟ ୨୦୦ ଛାତ୍ର ଛାତ୍ରୀ  ଶିକ୍ଷକ ଶିକ୍ଷତ୍ରି  ଏବଂ କର୍ମଚାରୀ ସଚେତନତା ରେ ଅଂଶ ଗ୍ରହଣ କରିଥିଲେ ପ୍ରାଧିକରଣ କର୍ମଚାରୀ ଶ୍ରୀ ଗଦାଧର ବିଶ୍ୱାଳ, ଶ୍ରୀ ରାଜେଶ କୁମାର ବାରିକ ଏବଂ ଶ୍ରୀ ପ୍ରମୋଦ କୁମାର ମହାନ୍ତି କାର୍ଯକ୍ରମ ପରିଚାଳନାରେ ସହାୟତା କରିତହେଲେ  ଶିକ୍ଷତ୍ରୀ ଶ୍ରୀମତୀ ସସ୍ମିତା ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।  

Exit mobile version