୧୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଚାନ୍ଦପୁର :- ସୋମବାର ଦିନ କଳିଙ୍ଗ ଭାରତୀ ବିଦ୍ୟା ନିକେତନ ରେ ଚଳନ୍ତି ଠାକୁର ପ୍ରିୟ ପିତାମାତାଙ୍କର ପୂଜନ ଦିବସ ପାଳନ କରାଯାଇଥିଲା । ଆଶ୍ରମ ରୁ ଆସିଥିବା ଗୁରୁଭାଇ ପ୍ରସର୍ଣ୍ଣ ଭାଇ ଓ ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ମହାପାତ୍ର ( ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ) ଭୁବନେଶ୍ୱରରୁ ଆସି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଥମେ ତୁଳସୀ ପୂଜନ କରିଥିଲେ ତତ୍ ପରେ ମାତୃ ପିତୃ ପୂଜନ କରାଯାଇଥିଲା । ମାତା ପିତା ଙ୍କ ବିନା ସଂସାରରେ ଆଉ ବଡ କିଏ ନାହିଁ ସେମାନଙ୍କର ଋଣ କିଏ ବି ଶୁଝିପରିବ ନାହିଁ କେବଳ ସେମାନଙ୍କର ପୂଜନ ସେବା ଦ୍ଵାରା ଆଶୀର୍ବାଦ ପାଇ ପାରିବ ବୋଲି କହିଥିଲେ । ପିଲାମାନେ କିପରି ନିଜର ସ୍ମରଣ ଶକ୍ତି ବଢ଼ାଇ ପାରିବେ ଓ ମାତା ପିତା ପିଲାମାନଙ୍କର କିପରି ଯତ୍ନ ନେବେ ସେଥିପାଇଁ ନିଜର ଅଭିଭାଷଣ ରଖିଥିଲେ ଏବଂ
ପିଲାମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବ୍ୟୟାମ ଓ ଯୋଗ ମଧ୍ୟ ଶିଖାଇ ଥିଲେ ।ଉକ୍ତ ପୂଜନ କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ଅଭିଭାବକ ଅଭିଭାବିକା ଯୋଗ ଦେଇ ସେମାନଙ୍କ ପିଲାମାନଙ୍କ ଦ୍ଵାରା ପୂଜା ପାଇଥିଲେ ଓ ପିଲାମାନେ ତାଙ୍କ ପିତାମାତାଙ୍କ ଠାରୁ ଆଶ୍ରିବାଦ ପାଇଥିଲେ । ଏହି ଫେବୃଆରୀ ୧୪ ତାରିଖ କୁ ପ୍ରେମ ଦିବସ ରୂପେ ପାଳନ ନ କରି ମାତୃ ପିତୃ ପୂଜନ ଦିବସ ରୂପେ ପାଳନ କରିବା ଆବଶ୍ୟକ ବୋଲି କହିଥିଲେ ମଧ୍ୟ ଶୁଭେନ୍ଦୁ ଭାଇ ତାଙ୍କ ବକ୍ତବ୍ୟରେ କହିଥିଲେ । ପୂଜନ ପରେ ପ୍ରସାଦ ସେବନ ପୂର୍ବକ କାର୍ଯ୍ୟକ୍ରମ ଶେଷ ହୋଇଥିଲା ଏହି କାର୍ଯ୍ୟକ୍ରମକୁ କଳିଙ୍ଗ ଭାରତୀ ବିଦ୍ୟା ନିକେତନ ର ସମସ୍ତ ଗୁରୁମ। ଗୁରୁଜୀ ପରିଚାଳନା କରିଥିଲେ । ବିଦ୍ୟାଳୟର ସମ୍ପାଦକ ବୀରେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିବା ସହିତ ଅନୁଷ୍ଠାନ ତରଫରୁ ନିମନ୍ତିତ ଅତିଥି ସମ୍ଵାଦିକ ଆଜୟ କୁମାର ସେଠୀଙ୍କୁ ସମ୍ନାନୀତ କରି ସଭାକାର୍ଯ୍ୟକୁ ସମାପ୍ତି କରିଥିଲେ।ଏହି କାର୍ଯ୍ୟକ୍ରମ ଉପରେ କିଛି ଵୁଦ୍ଧିଯିବି ଓ ଅଭିଭାବକ ମନରେ ପରସ୍ପର ମନ୍ଧ୍ୟରେ ଥିବା ଆତ୍ମୀୟତା ଭାଵ ଊପରେ ଭୂୟସୀ ପ୍ରଶଂସା କରିଥିଲେ।

