ପ୍ରଶାସନିକ ଅଧିକାରୀଙ୍କୁ ସ୍ଵାଗତ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା

୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ହିଞ୍ଜିଳିକାଟୁ :->  ପୂର୍ବତନ ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କୁ ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । ହିଞ୍ଜିଳିକାଟୁ ତହସିଲଦାର ଭାବେ ଓଡ଼ିଶା ପ୍ରଶାସନିକ ସେବାର କନିଷ୍ଠ ବର୍ଗ ଅଧିକାରୀ ଭିକାରୀ ସାହୁଙ୍କୁ ଏଠାରେ ଅବସ୍ଥାପିତ କରାଯାଇଛି । ସୋମବାର ନୂତନ ତହସିଲଦାର ଭାବେ ଶ୍ରୀ ସାହୁ କାର୍ଯ୍ୟରେ ଯୋଗଦାନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଏକ ଭବ୍ୟ ପରିବେଶରେ ନୂତନ ତହସିଲଦାର ଭିକାରୀ ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଏଵଂ ପୂର୍ବତନ ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ବେଳେ ଅତିରିକ୍ତ ତହସିଲଦାର ସୁରଜ ନାୟକ ବେହେରା ,

ମୁଖ୍ୟ କିରାଣୀ ପ୍ରଫୁଲ୍ଲ କୁମାର ସାହୁ, ସୁପର ଭାଇଜର ଜ୍ୟୋତିର୍ମୟ ଚନ୍ଦ୍ର ଓ ନିରାକାର ସ୍ୱାଇଁ ଏବଂ ସହାୟକ ଏଵଂ ରାଜସ୍ବ ନିରୀକ୍ଷକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉଭୟ ପ୍ରଶାସନିକ ଅଧିକାରୀଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ ଓ ବିଦାୟ କାଳୀନ ସମ୍ୱର୍ଦ୍ଧନା ପ୍ରଦାନ କରିଥିଲେ ।

Exit mobile version