Home ଓଡ଼ିଶା କେନ୍ଧୁମୁଣ୍ଡି ରେ ବିଧାୟକ ସରୋଜ ଙ୍କ ବିରାଟ ମହିଳା ଓ କର୍ମୀ ସମାବେଶ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ସରକାର ଙ୍କ ଜନହିତକର ଯୋଜନା କୁ ଆହୁରି ସଫଳ କରିବା ପାଇଁ ସମସ୍ତ ଙ୍କ ସହଭାଗିତା ହିଁ ଏକାନ୍ତ କାମ୍ୟ : ବିଧାୟକ ସରୋଜ ୧୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ପାଟଣାଗଡ଼ :- ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ୍ ଅନ୍ତର୍ଗତ କେନ୍ଦୁମୁଣ୍ଡି ପଞ୍ଚାୟତ ଠାରେ ବିଜେଡି ପକ୍ଷରୁ ବିରାଟ ମହିଲା କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଛି । ୧୬ ନମ୍ବର ଜୋନ ବିଜେଡି ସଭାପତି ପ୍ରେମାନନ୍ଦ ବଢେଇ ଙ୍କ ନେତୃତ୍ବ ରେ ଆୟୋଜିତ ଜୋନ ନଂ ୧୬ ସ୍ତରୀୟ ଏହି ବିରାଟ ମହିଳା ଓ କର୍ମୀ ସମାବେଶ ରେ ବିଧାୟକ ସରୋଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ହଜାର ହଜାର ମହିଲା ଓ ପୁରୁଷ କର୍ମୀ ମାନେ ଏକ ଶୋଭାଯାତ୍ରା ରେ ବିଧାୟକ ଶ୍ରୀ ମେହେର ଙ୍କୁ ସ୍ବାଗତ ସମର୍ଦ୍ଧନା ପୂର୍ବକ ଏକ ବିରାଟ ପଟୁଆର ରେ ମଞ୍ଚ କୁ ପାଛୋଟି ନେଇ ଥିଲେ । ରାଜ୍ୟ ସରକାର ଙ୍କର ଜନହିତକର ଯୋଜନା ଉପରେ ଅଭିଭାଷଣ ଦେବା ସହ ରାଜ୍ୟ ସରକାର ଙ୍କ ଯୋଜନା କୁ ଆଗାମୀ ଦିନରେ ଆହୁରି ସଫଳ କରିବାକୁ ହେଲେ ସମସ୍ତ ଙ୍କର ସହ ଭାଗିତା ହିଁ ଏକାନ୍ତ ଆବଶ୍ୟକ ବୋଲି ବିଧାୟକ ଶ୍ରୀ ମେହେର ସମସ୍ତ ଙ୍କୁ ନିବେଦନ କରିଥିଲେ । ରାଜ୍ୟ ସରକାର ବିଶେଷ କରି ମହିଲା ମାନଙ୍କ ବିକାଶ ଦିଗରେ ଅନେକ ଯୋଜନା ହାତକୁ ନେଇ ମହିଳା ସଶକ୍ତକରଣ କରିବା ସହ ମହିଲା ମାନେ ନିଜେ ନିଜେ ସ୍ବୟଂ ସହାୟକ ତଥା ମିଶନ ଶକ୍ତି ମାଧ୍ୟମରେ ସ୍ବାଭାବଳମ୍ବୀ ହୋଇଛନ୍ତ ପାରିଛନ୍ତି ବୋଲି ସମାବେଶ ରେ ଉଦବୋଧନ ଦେଇଥିଲେ ।ବର୍ତ୍ତମାନ ରାଜ୍ୟ ସରକାରୀ ମଧୁବାବୁ ପେନସନ କୁ ମଧ୍ୟ ୫ ଶହ ଟଙ୍କା ରୁ ୧ ହଜାର ଟଙ୍କା ବୃଦ୍ଧି କରିଛନ୍ତି ଯାହାଫଳରେ ହଜାର ହଜାର ହିତାଧିକାରୀତାଙ୍କର ଆର୍ଥିକ ସ୍ଥିତି ସୁଧାର ଆସିବ ବୋଲି ବିଧାୟକ ଶ୍ରୀ ମେହେର ତାଙ୍କ ଅଭିଭାଷଣ ରେ ଉଦବୋଧନ ଦେଇଥିଲେ । ପରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶ ରେ ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ନିଳକାନ୍ତ ବାଗ , ଜିଲ୍ଲା ପରିଷଦ ସଭ୍ୟା ବିଶେଶ୍ଵରୀ ବରିହା , ବାଳିକା ମାଝୀ , ବିଧାୟକଙ୍କ ପ୍ରତିନିଧି ହିମାଞ୍ଚଳ ପ୍ରଧାନ , କେନ୍ଦୁମୁଣ୍ଡି ସରପଞ୍ଚ ଜିତୁ ମେହେର ,ସରପଞ୍ଚ ସଂଘ ସଭାପତି ଜନାର୍ଦ୍ଦନ ସାହୁ , ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ୧୫ ହଜାରରୁ ମହିଳା ପୁରୁଷ କର୍ମୀ ଯୋଗଦାନ ଦେଇଥିଲେ । Categories: ଓଡ଼ିଶା, ଦେଶ, ବଲାଙ୍ଗିର, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026