
୧୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଭାପୁର :- ନୟାଗଡ ଜିଲ୍ଲା ଭାପୁର ପ୍ରେସ କ୍ଳବ ଭାପୁର ପକ୍ଷରୁ ରବିବାର ଦିନ ଖଣ୍ଡପଡା ବ୍ଲକ ବନମାଳୀପୁର ଗ୍ରାମର ସୋମନାଥ ଦେବଙ୍କ ମନ୍ଦିର ନିକଟରେ ପାରିବାରିକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ପାରିବାରିକ ବନ୍ଧୁ ମିଳନ ଭାପୁର ପ୍ରେସ କ୍ଲବର ସଭାପତି ରଞ୍ଜନ କୁମାର ମହାପାତ୍ରଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦକ ଶିଶିର ସାହୁ, ଉପଦେଷ୍ଟା ବିରଞ୍ଚି କୁମାର ନାୟକଙ୍କ ପୂର୍ଣ୍ଣ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭ୍ୟ ପ୍ରତାପ ଚନ୍ଦ୍ର ପଣ୍ଡା, ପଦ୍ମନାଭ ମିଶ୍ର, ଜ୍ୟୋତିରଂଜନ ମହାରଣା, ଯଦୁନାଥ ସାମନ୍ତରାୟ, କନକଲତା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଏହି ପାରିବାରିକ ବନ୍ଧୁ ମିଳନ ମାଧ୍ୟମରେ ଭାବର ଆଦାନ ପ୍ରଦାନ ହେବାସହ ଛୋଟ ଛୋଟ ପିଲାମାନଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା ହୋଇଥିବା ବେଳେ ଏହାଦ୍ବାରା ସାମ୍ୱାଦିକ ତଥା ସେମାନଙ୍କ ପରିବାର ମଧ୍ୟରେ ସମ୍ପର୍କ ମଜବୁତ ହୋଇଥିଲା। ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ସାମ୍ୱାଦିକମାନଙ୍କର ଏହି ବନ୍ଧୁ ମିଳନ ଅନୁଷ୍ଠିତ ହେଉଥିବା ବେଳେ ଏବର୍ଷ ପୁଣିଥରେ ସାମ୍ୱାଦିକ ବନ୍ଧୁମାନେ ଖରା ଛୁଟିରେ ରଜସୁନାଖଳା ନିକଟସ୍ଥ କୋଟଗଡ଼ ପାର୍କଠାରେ ପାରିବାରିକ ବନ୍ଧୁ ମିଳନ ହେବ ବୋଲି ସମ୍ପାଦକ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

