ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣାମେଣ୍ଟ, ,ରଘୁନାଥ ଫୁଟବଲ କ୍ଲବ ଟାଙ୍ଗୀ ଚମ୍ପିୟାନ

୧୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଭାପୁର :- ଭାପୁର ବ୍ଲକ ଅନ୍ତର୍ଗତ ବାଇଗୁଣିଆଁ ଗ୍ରାମସ୍ଥିତ ଖେଳ ପଡିଆ ପରିସରରେ ୟୁଥ୍ ସ୍ପୋର୍ଟସ କ୍ଲବ ପକ୍ଷରୁ ଚାଲିଥିବା ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣାମେଣ୍ଟର ଫାଇନାଲ ମ୍ୟାଚ ୭୨- କ୍ଲବ ଭୁବନେଶ୍ୱର ଫୁଟବଲ ଟିମ ଓ ରଘୁନାଥ ଫୁଟବଲ କ୍ଲବ ଟାଙ୍ଗୀ ମଧ୍ୟରେ ହୋଇଥିଲା। ଖେଳର ପ୍ରଥମାର୍ଦ୍ଧରେ ଟାଙ୍ଗୀ ଟିମ ବିପକ୍ଷ ଭୁବନେଶ୍ୱର ଟିମକୁ ୧ଟି ଗୋଲ ଦେଇ ୧-୦ ଗୋଲରେ ଅଗ୍ରଣୀ ହୋଇଥିଲା। ପୁନଶ୍ଚ ଖେଳର ଦ୍ଵିତୀୟାର୍ଦ୍ଧରେ ଟାଙ୍ଗୀ ଟିମ ବିପକ୍ଷ ଭୁବନେଶ୍ୱର ଟିମକୁ ୨ଟି ଗୋଲ ଦେଇଥିଲା। ଫଳରେ ରଘୁନାଥ ଫୁଟବଲ କ୍ଲବ ଟାଙ୍ଗୀ ୩-୦ ଗୋଲରେ ବିଜୟୀ ହୋଇ ଚମ୍ପିୟାନ ହୋଇଛି। ଆଜିର ଖେଳକୁ ରେଫରୀ ପ୍ରସନ୍ନ କୁମାର ନାୟକ ପରିଚାଳନା କରିଥିବା ବେଳେ ସୁବାସ ଚନ୍ଦ୍ର ବେହେରା ଓ ଜଗନ୍ନାଥ ପରିଡା ଲାଇନରେ ସହାୟତା କରିଥିଲେ। ୪ର୍ଥ ରେଫରୀ ଭାବେ କାହ୍ନୁ ଚରଣ ମହାରଣା ଦାୟିତ୍ଵ ନିର୍ବାହ କରିଥିଲେ। ମୁଖ୍ୟ ଅତିଥି ଭାବେ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ଭାପୁର ବ୍ଲକ ବିଜେଡ଼ି ସଭାପତି ଶିବ ପ୍ରସାଦ ଷଡ଼ଙ୍ଗୀ, ସ୍ଥାନୀୟ ପଂଚାୟତର ସରପଂଚ ନିରୂପମା ମହାରଣା, ଶିକ୍ଷବିତ ବୈକୁଣ୍ଠ ନାଥ ଦାସ, ସମାଜସେବୀ ସନ୍ତୋଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ମଞ୍ଚାସୀନ ଅତିଥି ମାନେ ଚମ୍ପିୟାନ ଦଳ ରଘୁନାଥ ଫୁଟବଲ କ୍ଲବ ଟାଙ୍ଗୀକୁ ଚମ୍ପିୟାନ ଟ୍ରଫି ସହ ଅର୍ଥରାଶି ଓ ରନର୍ସଅପ ଦଳ ୭୨- କ୍ଲବ ଭୁବନେଶ୍ୱର ଫୁଟବଲ ଟିମକୁ ରନର୍ସଅପ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଆଜିର ଖେଳକୁ ହାଜର ହଜାର ଦର୍ଶକ ଉପଭୋଗ କରିଥିଲେ !

Exit mobile version