Home ଓଡ଼ିଶା ସରସ୍ବତୀ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ ପାଳିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଶିଶୁଟି ଭଲ ମଣିଷ ହେବା ପାଇଁ ଅଭିବାବକଙ୍କ ଗୂରୁ ଦାୟିତ୍ଵ ୧୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଭାପୁର :- ନୟାଗଡ ଜିଲ୍ଲା ଭାପୁର ବ୍ଲକ ସଦର ମହକୁମା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଶିଶୁ ମନ୍ଦିରର ସଭାପତି ତଥା ଶିକ୍ଷବିତ୍, ବଶିଷ୍ଠ ସାମ୍ୱାଦିକ ସୁବାଷ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଓଡ଼ଗାଁ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ବିଶିଷ୍ଟ ନାଟ୍ୟକାର ଡ଼ଃ ବିଜୟ କୁମାର ଚୋଧୁରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର୍ଷଣ ଷଡଙ୍ଗୀ, ତହସିଲଦାର ଲଗ୍ନଜିତ ବେହେରା, ଫତେ ଗଡ଼ ଥାନା ଅଧିକାରୀ ସୁଜିତ କୁମାର ଦାସ, ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ବଶିଷ୍ଠ କାର୍ଯ୍ୟକର୍ତ୍ତା ଆଲୋକ ପ୍ରଭା ମହାନ୍ତି, ଯୁବ ଶିଳ୍ପପତି ତାପସ କୁମାର ପାଢୀ ପ୍ରମୁଖ ଯୋଗ ଦେଇଥିଲେ।ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ ପରେ ସ୍ଵାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଶିଶୁ ମନ୍ଦିରର ସଂପାଦକ ତଥା ଅଧ୍ୟାପକ ପଦ୍ମଚରଣ ଭୋଳ ସଂପାଦକୀୟ ବୀବରଣୀ ପାଠ କର୍ଥିବ ବେଳେ ଶିଶୁ ମନ୍ଦିରର ପ୍ରତିଷ୍ଠାତା ତଥା ବଶିଷ୍ଠ ବିଜ୍ଞାନ ଶିକ୍ଷକ ଚରଣ ସାହୁ ବିଦ୍ୟାଳୟ ସମ୍ପର୍କରେ ସମ୍ୟକ ଦୃଷ୍ଟିପାତ କରିଥିଲେ। ମଞ୍ଚାସୀନ ଅତିଥି ମାନେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଉପାଦିୟ ଉପଦେଶ ପ୍ରଦାନ କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କାମରାଜ ବରାଡ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଙ୍ଗୀତ, ନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। Categories: ଓଡ଼ିଶା, ଦେଶ, ନୟାଗଡ଼ ନିଉଜ୍, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026