୧୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ସିକୋ :- ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହଜ ଠାରେ ବେଗୁନିଆ ବ୍ଲକର ୨୪ ନମ୍ବର ଜିଲ୍ଲା ପରିଷଦ ଜୋନର କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ହଜ ଗ୍ରାମର ବରିଷ୍ଠ କଂଗ୍ରେସ କର୍ମୀ ଝରିଆ ମାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଗୁନିଆ ବ୍ଲକ ଗଁପୁର ଗ୍ରାମର ବରିଷ୍ଠ କଂଗ୍ରେସ କର୍ମୀ ତଥା ବେଗୁନିଆ ବ୍ଲକ ନବ ନିର୍ମାଣ କୃଷକ ସଂଗଠନର ସଭାପତି ମଦନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ପୂର୍ବତନ ମୂଖ୍ୟମନ୍ତ୍ରୀ,ଆସାମର ପୂର୍ବତନ ରାଜ୍ୟପାଳ,ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ସୁପୁତ୍ର ତଥା ରାଜ୍ୟ କଂଗ୍ରେସ ସଂପାଦକ ଶ୍ରୀ ପୃଥିବୀ ବଲ୍ଲଭ ପଟ୍ଟନାୟକ ମୂଖ୍ୟ ଅତିଥି,ସିକୋରଅବସରପ୍ରାପ୍ତ ଶିକ୍ଷକ ଯୋଗେଶ୍ବର ଛୋଟରାୟ ମୂଖ୍ୟବକ୍ତା,ହଜ ପଂଚାୟତର କଂଗ୍ରେସ ସଭାପତି ସର୍ବେଶ୍ବର ପଲାଇ,ଜିଲାକଂଗ୍ରେସର ଉପସଭାପତି ସର୍ବେଶ୍ବର ମାଝୀ,ସୁଷାନ୍ତ ଭୋଳ, କାର୍ତିକ ଜେନା,କୃଷ୍ଣ ଜେନା,
ରବି ମହାପାତ୍ର, ବିଭୂତି ଗୁମାନସିଂହ,ବ୍ଲକ କଂଗ୍ରେସ କମିଟି ସଭାପତି କାଳଂଦି ମହାପାତ୍ର,ପବିତ୍ର ସାମନ୍ତରା ପ୍ରମୂଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଆଗାମୀ ନିର୍ବାଚନରେ କଂଗ୍ରେସ ଦଳକୁ କିଭଳି ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ମତ ପ୍ରକାଶ କରିଥିଲେ।ବିଭିନ୍ନ ଭତା,ରାସନ ଚାଉଳ,ଆବାସ ଘର ଯୋଜନା କଂଗ୍ରେସ ସରକାର କରିଥିବା ସହ ବିଭିନ୍ନ ଜନ ହିତକାର କାର୍ଯ୍ୟ ସଂପର୍କରେ ମୂଖ୍ୟ ଅତିଥି ଅଭିଭାଷଣରେ ଉଲେଖ କରିଥିଲେ। ଦେଉଳି ପଞ୍ଚାୟତର ବରିଷ୍ଠ କଂଗ୍ରେସ କର୍ମୀ ମାନସ ବାହୁ ବଳେଦ୍ରଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ବିଧାନସଭାର ଶେଷ ଅଧିବେଶନର ଶେଷ ଦିବସରେ ଆଉ ନିର୍ବାଚନ ନ ଲଢି କେବଳ କଂଗ୍ରେସ ଦଳ ପାଇଁ ସେବା କରିବି କହି ବିଧାନ ସଭା ଗୃହକୁ ମୁଣ୍ଡିଆ ମାରି ଗୃହରୁ ସବୁଦିନ ପାଇଁ ବିଦାୟ ହୋଇଥିବା ଜିଲ୍ଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ ଚନ୍ଦ୍ର ରାଉତରାୟ ଙ୍କ ସହଯୋଗୀ ଜିଲ୍ଲା କଂଗ୍ରେସର ଉପସଭାପତି ହଜ ଅଞ୍ଚଳର ବରିଷ୍ଠ କଂଗ୍ରେସ କର୍ମୀ ସର୍ବେଶ୍ବର ମାଝୀ ମୁଁ ଓ ମୋ ପରିବାର କଂଗ୍ରେସରେ ଅଛୁ। ରହିଥିବୁ।କଂଗ୍ରେସ ଦଳ ପାଇଁ ସେବା କର

