୧୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଆର,ଉଦୟଗିରି :- ଗଜପତି ଜିଲ୍ଲାର ଆର,ଉଦୟଗିରି ବ୍ଲକକୁ ୧୭ଟି ପଞ୍ଚାୟତ ନେଇ ଗଠିତ । ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗୁଡିକ ସ୍ଥାନୀୟ ଲୋକଙ୍କ ସହମତି ଓ ସହଯୋଗରେ କରିବାର ବ୍ୟବସ୍ଥା ଥିବାବେଳେ ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକରେ ଏହାର ବ୍ୟକ୍ତିକ୍ରର୍ମ ଦେଖିବାକୁ ମିଳୁଛି । ଏପରକି ସ୍ଥାନୀୟ ବିଡିଓ ରାଜ୍ୟ ସରକାରଙ୍କ ୫ଟି କାମ ଗୁଡିକୁ ନିଜର କିଛି ବ୍ୟକ୍ତି ଆଣି କାମ କରୁଥିବା ଅଭିଯୋଗ ହେଉଛି । ଏହି ବିଷୟ ଜିଲ୍ଲାପ୍ରଶାସନ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବିଡିଓଙ୍କ ଉପରେ କୌଣସି ପ୍ରଭାବ ପଡୁନି କି ଜିଲ୍ଲାପ୍ରଶାସନ ଅଧିକାରୀ ମାନେ ଜାଣିମଧ୍ୟ ଦୁର୍ନିତୀଗ୍ରସ୍ତ ବିଡିଓ ଉପରେ କୌଣସି କାର୍ଯ୍ୟନୁଷ୍ଠା ଗ୍ରହଣ କରୁନାହାନ୍ତି । ସେହିପରି ପୁରୁଣାପାଣି ପଞ୍ଚାୟତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଞ୍ଚଳର ଲୋକମାନଙ୍କ ଦ୍ବାରା କାମ କରିବା ବଦଳରେ ତାଙ୍କର କିଛି ଖାସ ସଂପକ୍ରିୟ ଲୋକଙ୍କ ଦ୍ବାରା କାମ ନେଇ ସମସ୍ତ କାମଗୁଡିକୁ ନିଜେ କରୁଥିବା ଅଭିଯୋଗ ଅଞ୍ଚଳବାସି ଦ୍ୱାରା ଅଭିଯୋଗ ହୋଇଆସୁଅଛି ।
ଏହି ବ୍ଳକର ହେଉଥିବା ୫-ଟି କାମଗୁଡିକ ଅତିନିମ୍ନମାର କାମ କିଛି ବିଦ୍ୟାଳୟ ଅଧାକାମ କରି ସମ୍ପୂର୍ଣ ବିଲ କରାଯାଉଛି ତ କିଛି ବିଦ୍ୟାଳୟ ନିର୍ମାଣ ହୋଇଥିବା କବାଟ କାମ ଦେଉନି । ନିମ୍ନ ମାବନର ଓ ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ ବିଲ ପୈଠ ବ୍ଳକ ପ୍ରଶାସନ ଅଧିକାରୀ ଓ କିଛି ହାତଗଣତି ବିଯୁଜନତା ଦଳର କର୍ମୀ ଙ୍କ ଦ୍ୱାରା କରାଯାଉଥିବା ଯୋଗୁ ୫-ଟି କାମ ଗୁଡିକର ଏହି ଭଳି ଅବସ୍ଥା ହେଉଛି ବଳି ସାଧାରଣରେ ଚର୍ଚା ହେଉଛି । ୫- ଟି କାମଗୁଡିକ ଜିଲ୍ଲା ପ୍ରଶାସନ ଅଧିକାରୀମାନେ କାମ ହେବା ତଦନ୍ତ କରିବାକୁ ଆସନ୍ତି କିନ୍ତୁ ସବୁ ଦେଖି କାର୍ଯ୍ୟାନୁଷ୍ଠାନ ସୁନ ତେଣୁ ବ୍ଲକ ପ୍ରଶାସନ ଓ ଜିଲ୍ଲା ରୁ ଆସୁଥିବା ତଦନ୍ତ କାରି ଅଧିକାରୀ ରାଧେ ରାଧେ ରେ ଚାଲୁଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକ । ଏଥିସହିତ ଆର, ଉଦୟଗିରି ଗ୍ରାମ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ରେ ୧୨ଟି କାମ ଆସିଛି । ସେହି ସମସ୍ତ କାମକୁ ବିଜେଡି କର୍ମୀ ଓ ନେତା କାମ କରିବେ ବୋଲି ଅଡିବସିଛନ୍ତି ବିଜେଡି ବ୍ଳକ ସଭାପତି । ନଚେତ କାମ ଫେରାଇ ଦିଆଜିବ ବଲି ଧମକ ଦେଉଛନ୍ତି ।

