ବିନୋଦ ବିହାରୀ ଵିଦ୍ୟା ମନ୍ଦିର ଓ ରଘୁନାଥନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

୧୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) କଟକ :- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉଷୁମା ପଂଚାୟତସ୍ଥିତ ରଘୁନାଥ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବିନୋଦ ବିହାରୀ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ପୁରାତନ ଛାତ୍ର ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି! ପୁରାତନ ଛାତ୍ର ହରେକୃଷ୍ଣ ପାତ୍ର ଙ୍କ ସଭାପତିତ୍ୱ ଓ ପୁରାତନ ଛାତ୍ର ଶରତ କୁମାର ମହାପାତ୍ର ଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବ ରେ ଉଦଘାଟକ ଭାବେ beo ଚକ୍ରଧର ବେହେରା ଯୋଗଦେଇ ଏହି ବାର୍ଷିକ ଉତ୍ସବ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ! ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧକ୍ଷା ଦୀପା ମଲିକ,ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଜୟରାମ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ସତ୍ୟ ନାରାୟଣ ମହାନ୍ତି,, ଜିଲ୍ଲା ପରିଷଦ ସଭ୍ୟ ଜଗବନ୍ଧୁ ସେଠି,ସରପଞ୍ଚ ମମତାମୟୀ ସୁତାର, ସମିତିସଭ୍ୟ ଦୁର୍ଗା ପ୍ରସାଦ ବାରିକ,ଅଧ୍ୟାପକ ପ୍ରଦୀପ୍ତ ସୁତାର,crrc ଶ୍ୟାମ ସୁନ୍ଦର ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ସୁପରମର୍ଶ ଦେବା ସହ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ! ପୁରାତନ ଛାତ୍ର ଜ୍ଞାନରଞ୍ଜନ ଦାସ ଅତିଥି ପରିଚୟ,, ସଞ୍ଜୟ କୁମାର ସୁତାର ବିବରଣୀ ପାଠ ପ୍ରଦାନ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ! ଉକ୍ତ କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ର ସଂଘର ବହୁ ଛାତ୍ରଛାତ୍ରୀ ଓ ଉଭୟ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ ଥିଲେ! ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା! ବିଦ୍ୟାଳୟର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲୋ

Exit mobile version