ସଅର ସମ୍ପ୍ରଦାୟକୁ ତଫସିଲଭୁକ୍ତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ ନେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କୁ ଦେଲେ ଧନ୍ୟବାଦ

୧୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଖୋର୍ଦ୍ଧା :- ଖୋର୍ଦ୍ଧା ଗୀତା ଭବନ ପରିସରରେ ଶ୍ରୀ ଶ୍ରୀ ନୀଳମାଧଵ ଆଦିବାସୀ ସଂଘ ,ଓଡିଶା,ଭୁବନେଶ୍ୱର ପକ୍ଷରୁ ସାଧାରଣ ସମ୍ପାଦକ ବେଲେଶ୍ବର ପରିଡା ଙ୍କ ଆୟୋଜନ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଦୀର୍ଘ ୨୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ଓଡ଼ିଶାର ପ୍ରାୟ ୧୧ ଜିଲ୍ଲାରେ ବସବାସ କରୁଥିବା ପୁରାତନ ସଅର ଆଦିମ ଆଦିବାସୀ ମାନେ ସରକାରଙ୍କ ଜନଜାତି ଅନ୍ତର୍ଭୂକ୍ତ ହୋଇ ନଥିବାରୁ ସରକାର ଙ୍କ ସମସ୍ତ ସୁବିଧା ସୁଯୋଗ ରୁ ବଞ୍ଚିତ ହେଉଥିଲେ।ଏ ନେଇ ନୀଳମାଧଵ ଆଦିବାସୀ ସଂଘ ପକ୍ଷରୁ ବାରମ୍ବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜଣାଉଥିଲେ।ତେବେ ଶେଷରେ ସରକାର ପୁରାତନ ଆଦିବାସୀ ସଅର ସମ୍ପ୍ରଦାୟକୁ ଓଡ଼ିଶାର ଜନଜାତି କ୍ରମାଙ୍କ ୫୯ ରେ ଅନ୍ତର୍ଭୁକ୍ତ କରିଥିବାରୁ ସଙ୍ଘ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା,, ରାଜ୍ୟ ୫ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ,ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,ବିଜେଡି ରାଜ୍ୟ ସାଧାରଣ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ,ଆଦିବାସୀ ଉନ୍ନୟନ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଙ୍କୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କୃତଜ୍ଞତା ଜଣାଇଛନ୍ତି।ଦୀର୍ଘ ବର୍ଷ ର ଦାବି ପରେ ସରକାରଙ୍କ ଏହି ନିଷ୍ପତ୍ତି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଓ ପୂର୍ବରୁ ବଞ୍ଚିତ ଥିବା ସଅର ସମ୍ପ୍ରଦାୟର ପରିବାର କୁ ନ୍ୟାୟ ମିଳିଛି ବୋଲି ସଙ୍ଘ ଏକ ପ୍ରେସ ରିଲିଜ ରେ ପ୍ରକାଶ କରିଛି।

Exit mobile version