ତ୍ରିବେଣୀ କୈବର୍ତ୍ତ ସଂଘର୍ ବୈଠକ

୧୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ବାଲିପାଟଣା :-> ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ନିକଟ ପୁରାଣ ପ୍ରସିଦ୍ଧ ତ୍ରିବେଣୀ ଶ୍ୱର ପୀଠ ଠାରେ ତ୍ରିବେଣୀ କୈବର୍ତ୍ତ ସଂଘ୍ ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଲିଙ୍ଗରାଜ ଦାସ ଅଧ୍ୟକ୍ଷତା କରିଥିଲାବେଳେ ବାଲିପାଟଣା, ବାଲିଅନ୍ତା,ପୁରୀ, କଟକ, ଖୋର୍ଦ୍ଧା, ଜଟଣୀ, ନୟାଗଡ଼, ଅସ୍ତରଙ୍ଗ, କାକଟପୁର, ନିଆଳି, କଣ୍ଟାପଡ଼ା ବ୍ଲକ ଅଞ୍ଚଳ ସମେତ ଅଠର ମୁଲକ୍ ମହାସଂଘ୍ରର କୈବର୍ତ୍ତ ସମ୍ପ୍ରଦାୟମାନେ ଯୋଗ ଦେଇ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସତ୍ୟପ୍ରିୟ ବେହେରା ଏହି ବୈଠକରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ କୈବର୍ତ୍ତ ସମ୍ପ୍ରଦାୟର କିପରି ଉନ୍ନତି ହୋଇପାରିବ ସେ ଦିଗରେ ସେ ଚେଷ୍ଟାକରିବେ ବୋଲି ମତ ପ୍ରକାଶ କରିଥିଲେ । ଉକ୍ତ ସଭାରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଶୁ କଲ୍ୟାଣ, ନାରୀଜାଗରଣ, ଓ ସାମାଜିକ ଶୃଙ୍ଖଳା ସମ୍ଵନ୍ଧରେ ଆଲୋଚନା କରାଯାଇଥିଲା ।

ଏହି ସାଧାରଣ ବୈଠକରେ ବେଣୁଧର ବେହେରା, ସନାତନ ବେହେରା, ସୁନାକର ବେହେରା, ଭରତ ଚରଣ ବେହେରା, ଶ୍ୟାମ ବେହେରା, ଶ୍ରୀଧର ବେହେରା, ଅପନି ବେହେରା, ଲକ୍ଷ୍ମୀଧର ବେହେରା , ଗୋପାଳ ବେହେରା, ସୁରେନ୍ଦ୍ର ବେହେରା, ଦୁଃଖୀଶ୍ୟାମ ବେହେରା ସମେତ ଅଠର ମୁଲକ ମହାସଂଘ୍ରର ବହୁକର୍ମକର୍ତା ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version