‘ମୋ ସମୟର ନୟାଗଡ଼ – ଧ୍ୱନୀ ପ୍ରତିଧ୍ୱନୀ’ ଉନ୍ମୋଚିତ : ପୁସ୍ତକ ଉନ୍ମୋଚିତ

୧୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ନୟାଗଡ଼ :-> ନୟାଗଡ଼ର ପ୍ରତିଷ୍ଠିତ ଆଇନ୍‌ଜୀବୀ, ସାମ୍ବାଦିକ ତଥା ସମାଜସେବୀ ସ୍ୱର୍ଗତ ନରସିଂହ ପଟ୍ଟନାୟଙ୍କ ଲିଖିତ ପୁସ୍ତକ ‘ମୋ ସମୟର ନୟାଗଡ଼ – ଧ୍ୱନୀ ପ୍ରତିଧ୍ୱନୀ’ଉନ୍ମୋଚିତ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ରୋଟାରୀ କ୍ଲବ ପରିସରରେଅନୁଷ୍ଠିତ ସମାରୋହରେ ସାହିତ୍ୟିକ ବିଶିଷ୍ଠ ଶିକ୍ଷାବିତ୍‌ ଡ. ଅରବିନ୍ଦ ପଟ୍ଟନାୟକଙ୍କ ଦ୍ୱାରାଏହା ଲୋକାର୍ପଣ ହୋଇଛି ।

ପୁସ୍ତକ ରଚୟିତା ସ୍ୱର୍ଗତ ପଟ୍ଟନାୟକଙ୍କ ଧର୍ମପନିୀ ଦିବଂଗତମନୋରମା ପଟ୍ଟନାୟକ ଙ୍କ ରଚିତ ଭଜନ ମାଳ – ‘ନୀଳ ପର୍ବର କାଳିଆ ସୁନା’ ଶିକ୍ଷାବିତ୍‌ ତଥାବିଶିଷ୍ଠ ନାଟ୍ୟକାର ରାମଚନ୍ଦ୍ର ବିଶ୍ରଙ୍କଦ୍ୱାରା ଉନ୍ମୋଚିତ ହୋଇଛି । ଏହି ।ରସ୍ୱତସମାବେଶରେ ଅଧ୍ୟାପକ ଡ. ସରୋଜ କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ଭାରତୀୟ ପ୍ରସାଶସନିକଅଧିକାରୀ ଉମାକାନ୍ତ ମିଶ୍ର, ଅନ୍ୟତମ ଅବସର ପ୍ରଶାସନିକ ଅଧିକାରୀ କରୁଣାରପଟ୍ଟନାୟକ,

ପୂର୍ବତନ ରାଜ୍ୟସଭା ସାସଂଦ ତଥା ରଣପୁର ବିଧାୟକ ରବି ନାରାୟଣ ମହାପାତ୍ରଙ୍କସମେତ ବହୁ ବୁଦ୍ଧିଜୀବୀ, ସାହିତ୍ୟପ୍ରେମୀ ପୁରୁଷ ଓ ମହିଳା ଯୋଗ ଦେଇଥିଲେ । ଅଧ୍ୟାପକ ଆଶୁତୋଷ ମିଶ୍ର ଓ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ସମାରୋହରେ ଯଥାକ୍ରମେ ପରିଚୟ ପ୍ରଦାନଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Exit mobile version